ଜଳେଶ୍ୱରରେ ଚାଷୀ ଆନ୍ଦୋଳନକୁ କଂଗ୍ରେସ ପକ୍ଷରୁ ସମର୍ଥନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକରେ ଥିବା ୧୯ଟି ସେବା ସମବାୟ ସମିତିରେ ଉଣା ଅଧିକ ଚାଷୀ ଅସନ୍ତୋଷ ଦେଖା ଦେଇଛି । କଳମା, ଲକ୍ଷ୍ମଣନାଥ, ନାମ୍ପୋ, ଅଲାଲପୁର, ଆମ୍ବଳିଅଠା, ରାମନଗରପାଟଣା ସେବାସମବାୟ ସମିତିରେ ଚାଷୀ ଆନ୍ଦୋଳନ ଚାଲୁଥିବାରୁ ଏହାକୁ ଜଳେଶ୍ୱର କଂଗ୍ରେସ ପକ୍ଷରୁ ସମର୍ଥନ କରାଯିବ ବୋଲି ପ୍ରତିଶୃତି ଦିଆଯାଇଛି । ଆଜି ମଂଗଳବାର କଂଗ୍ରେସ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସଙ୍କ ସହିତ ବ୍ଲକ ସଭାପତି ରାଜୀବ ପରିଡା, କିଷାନ କଂଗ୍ରେସ ସଭାପତି ସୁଦାମ ପାତ୍ର, ପୂର୍ବତନ ସରପଂଚ ହେମନ୍ତ ଗିରି, ଶ୍ରୀକାନ୍ତ ସିଂ, ରାଜୀବ ପ୍ରଧାନ, ଜଗଦୀଶ ନନ୍ଦି ପ୍ରମୁଖ ବହୁ କର୍ମୀ ଆନ୍ଦୋଳନରେ ବସିଥିବା ଚାଷୀମାନଙ୍କୁ ଭେଟି ଥିଲେ । ଧାନର କଟନି ଛଟିନି ବନ୍ଦ କରିବା, ଅଖା ବାବଦରେ ଚାଷୀଙ୍କୁ ଅର୍ଥ ପୈଠ କରିବା ସହିତ ରେଜିଷ୍ଟ୍ରେସନ କରିଥିବା ସମସ୍ତ ଚାଷୀଙ୍କ ଠାରୁ ଧାନ କରିବାକୁ ବିଭାଗୀୟ ମନ୍ତ୍ରୀ, ଜିଲାପାଳ, ସିଏସ୍‌ଓଙ୍କୁ ଅବଗତ କରାଯାଇଥିବା ସଂପର୍କରେ କହିଛନ୍ତି ।