ଜଳେଶ୍ୱରରେ କୋଠାକ ଲାଇଫ ଇନ୍‌ସୁରାନ୍ସ କମ୍ପାନୀର ନୂତନ ଶାଖା କାର୍ଯ୍ୟାଳୟ ଉଦ୍‌ଘାଟିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌରାଞ୍ଚଳ ଅନ୍ତର୍ଗତ ହାଟଛକଠାରେ କୋଟାକ ଲାଇଫ ଉନ୍‌ସୁରାନ୍ସ କମ୍ପାନୀ ଶାଖା କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇ ଯାଇଛି । ଏହାକୁ ଆନୁଷ୍ଠାନିକ ଭାବେ ସଂସ୍ଥାର ଉପସଭାପତି ସୌବିକ୍ ଚକ୍ରବର୍ତ୍ତୀ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନୀତ ଅତିଥିଭାବେ ରିଜିଓନାଲ ମ୍ୟାନେଜର ଅମିତ୍ ଶାହା, ଏରିଆ ମ୍ୟାନେଜର ରବିନ୍ ଦତ୍ତ, ଲୋକେଶନ ମ୍ୟାନେଜର ରାଜୀବ କୁମାର ମହାନ୍ତି, ବ୍ରାଞ୍ଚ ମ୍ୟାନେଜର ଅକ୍ଷୟ କୁମାର ସାହୁ, ସିନିୟର ଲିଡର ପୂର୍ଣ୍ଣେନ୍ଦୁ ପାଣିଗ୍ରାହୀ, କିଶୋର ଚନ୍ଦ୍ର ଦାସ, ସୁଶାନ୍ତ ସେନ୍‌, ଅକ୍ଷୟ କୁମାର ଦତ୍ତ, ସତେନ୍ କୁମାର ନାଗ, ସତିଶ ଚନ୍ଦ୍ର ଦାସ, ପ୍ରବୋଧ କୁମାର ଭୂୟାଁ ପ୍ରମୁଖ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।