ଜଳେଶ୍ୱରରେ ଇଣ୍ଡୋର ଷ୍ଟାଡିୟମ ଲାଗି ୧୦ କୋଟି ମଞ୍ଜୁର : ବିଧାୟକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଛାତ୍ର ଓ ଯୁବ ଶକ୍ତିକୁ ଅଧିକ ସଶକ୍ତ କରିବା ଏବଂ ଖେଳୁଆଡ ମନୋଭାବ ସୃଷ୍ଟିଲାଗି ରାଜ୍ୟର ବିଭିନ୍ନ ସ୍ଥାନରେ ଷ୍ଟାଡିୟମର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ବାଲେଶ୍ୱର ଜିଲାର ଜଳେଶ୍ୱର ବାସୀଙ୍କ ଦୀର୍ଘଦିନର ଦାବିକୁ ଗ୍ରହଣ କରି ଜଳେଶ୍ୱର ଠାରେ ବିଜୁପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମ ଲାଗି କ୍ୟାବିନେଟ୍‌ରେ ଅନୁମୋଦନ ହୋଇଛି ଏବଂ ଏଥିଲାଗି ୧୦କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି ବିଧାୟକ ଅଶ୍ୱିନୀ ପାତ୍ର ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ୧୦ କୋଟି ଟଙ୍କା ମଂଜୁର କରିଥିବାରୁ ଜଳେଶ୍ୱର ବାସୀଙ୍କ ପକ୍ଷରୁ କୃତଜ୍ଞତା ଜଣାଇ ଏକ ଧନ୍ୟଉତ୍ସବ ଭଂଜକଲ୍ୟାଣମଣ୍ଡପ ରେ ଅନୁଷ୍ଠିତ ହୋଇ ଯାଇଛି । ଅନ୍ୟପକ୍ଷରେ ଯୁବଶକ୍ତିକୁ ଅଧିକ କ୍ରିୟାଶୀଳ କରିବା ସହିତ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହିତ ଜଳେଶ୍ୱରର ସୁନାମ ଆଣିବାରେ ସହାୟକ ହେବାଲାଗି ବିଧାୟକ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ଏଠାରେ ଭଲି, ବେଡ୍‌ମିଣ୍ଟନ, ଟେବୁଲଟେନିସ୍‌, ଜିମ୍ ଇତ୍ୟାଦିର ବ୍ୟବସ୍ଥା ରହିବ । ପ୍ରକାଶଯୋଗ୍ୟ ଶ୍ରୀ ପାତ୍ର ନିଜ ହାତପାଣ୍ଠି, ସ୍ୱତନ୍ତ୍ର ସମସ୍ୟା ପାଣ୍ଠି ଓ ପୌରପରିଷଦରୁ ୬୦ଲକ୍ଷ ଟଙ୍କା ମଂଜୁର କରିପାରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜେଡି କାର୍ଯ୍ୟକାରୀ ସଦସ୍ୟ ପ୍ରତୀପ ପ୍ରଧାନ, ସୁରଜିତ ଘୋଷ, ଗିତାଞ୍ଜଳି ସାମନ୍ତ, ଆନନ୍ଦ କର, ସୁରଜ ଚୌରାସୀଆ, ଅବଦୁଲ ରହିମ୍‌, ସତ୍ୟବତୀ ଗିରି, ଅର୍ଚ୍ଚନା ଗିରି, ଗୋବିନ୍ଦ ସାହୁ, ବିଜୟ କାମିଳା ପ୍ରମୁଖ ସହଯୋଗ କରିଥିଲେ ଓ ୩୦ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରେରିତ ସନ୍ଦେଶ ପତ୍ର ପ୍ରଦାନ କରାଯାଇଥିଲା ।

ରିପୋର୍ଟ : ଭୂପତି ପରିଡା