ଜଳେଶ୍ୱରରେ ଆର୍ଟ ଅଫ ଗିଭିଙ୍ଗ ଓ ଓକିଲ ସଂଘ ପକ୍ଷରୁ ମାଗଣା ମାକ୍ସ ଓ ସାବୁନ ବଣ୍ଟନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣର ଭୟଭହତାକୁ ଲକ୍ଷ୍ୟ କରି ସରକାର ସମସ୍ତଙ୍କ ପାଇଁ ମାକ୍ସ ବାଧ୍ୟତାମୂଳକ କରିଥିବା ବେଳେ ଗରିବ ଲୋକଙ୍କୁ ସହାୟତା ଓ ସହେଚତନତା ସୃଷ୍ଟି କରିବା ପାଇଁ ଗୁରୁବାର ଆର୍ଟ ଅଫ ଗିଭିଙ୍ଗ ଓ ଜଳେଶ୍ୱର ଓକିଲ ସଂଘ ପକ୍ଷରୁ ଜଳେଶ୍ୱର କୋର୍ଟ ସମ୍ମୁଖରେ ଲୋକମାନଙ୍କୁ ମାକ୍ସ ଓ ସାବୁଲ ବଣ୍ଟନ କରିଛନ୍ତି । ଜଳେଶ୍ୱର ଥାନା ଆଇଆଇସି ଧନେଶ୍ୱର ସାହୁ, ଏଏସ୍‌ଆଇ ସତ୍ୟନାରାୟଣ ବଳ, ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀ ଅଜୟ ମହାପାତ୍ର ଏହାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଲକ୍‌ଡାଉନ୍ ସମୟରେ ନିଜେ କିପରି ସୁରକ୍ଷିତ ରହିବେ ଓ କରୋନା ମହାମାରୀ ସଂକ୍ରମଣରୁ ରକ୍ଷା ପାଇବେ ସେ ସଂପର୍କରେ ସଚେତନ କରାଇଥିଲେ । ପ୍ରାୟ ୧୦ହଜାର ମାକ୍ସ ମାଗଣାରେ ବଣ୍ଟନ କରାଯିବାର କାର୍ଯ୍ୟକ୍ରମର ରହିଥିବା ବରିଷ୍ଠ ଆଇନ୍‌ଜିବୀ ଅନିଲ କୁମାର ପରିଡା ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜଳେଶ୍ୱର ବାର୍ ସଭାପତି କୁଞ୍ଜ ବିହାରୀ ଦାସ, ସୁଶାନ୍ତ କୁମାର ଦାସ, ଗିରିଜା ଶଂକର ଦାସ, ସମରେନ୍ଦ୍ର ଦାସ, ସୌରୀ ଶଂକର ପରିଡା, ଅମୂଲ୍ୟ କୁମାର ପାତ୍ର, ନିତ୍ୟ ଗୋପାଳ ଦାସ, କ୍ଷିତିଶ ଚନ୍ଦ୍ର ଘୋଷ, ପତିତ ପାବନ ପ୍ରଧାନ, କମଳ ଚକ୍ରବର୍ତ୍ତୀ, ଅଶୋକ ଦାସ, ମଦନ ମୋହନ ପାତ୍ର ପ୍ରମୁଖ ସାମାଜିକ ଦୂରତା ଅବଲମ୍ବନ କରି ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା