ଜଳେଶ୍ଵର ମ୍ୟୁନିସିପାଲିଟିର ୟର୍ଜସ ଫି ପ୍ରତ୍ୟାହାର ଦାବିରେ ସି.ପି.ଆଇ.(ଏମ୍)ର ବିଶାଳ ବିକ୍ଷୋଭ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ମ୍ୟୁନିସିପାଲିଟିର ଲୋକଙ୍କ ଉପରେ ୟୁର୍ଜସ ଫି ଲଦିଦେଇ ସାଧାରଣ ଲୋକଙ୍କୁ ଲୁଟିବା ଉଦ୍ଦେଶ୍ୟରେ ‘ଜିଜିଆ କର’ ବିରୋଧରେ ଆଜି ଦିନ ୧୦ ଟା ରେ ସି.ପି.ଆଇ.(ଏମ୍) ଜଳେଶ୍ଵର ଆଞ୍ଚଳିକ କମିଟି ତରଫରୁ ଗଣ ବିକ୍ଷୋଭ ସଂଗଠିତ ହୋଇଯାଇଛି । ଏଥିପାଇଁ ଆଜି ଦିନ ୧୦ଟା ରେ ନୂଆବଜାର ଛକ ଠାରୁ ଏକ ପଟୁଆର ବାହାରି ଜଳେଶ୍ଵର ମ୍ୟୁନିସିପାଲିଟି ଅଫିସ ଠାରେ ସମବେତ ହୋଇଥିଲା । ମ୍ୟୁନିସିପାଲିଟିର ୧୭ଟି ୱାଡ୍ ରେ ୟୁର୍ଜସ ଫି ପ୍ରତ୍ୟାହାର ଦାବିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ସେକ୍ରେଟାରୀ ନଗର ଉନ୍ନୟନ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ହଜାର ହଜାର ଦସ୍ତଖତ ସମ୍ବଳିତ ଦାବିପତ୍ର କାର୍ଯ୍ୟନିର୍ବାହୀ ଅଧିକାରୀ,ଜଳେଶ୍ଵରଙ୍କ ଦ୍ଵାରା ପ୍ରେରଣ କରାଯାଇଛି । କୋଭିଡ-୧୯ ଦ୍ଵିତୀୟ ଲହରୀ ଆସିଥିବା ବେଳେ ରାଜ୍ୟର ନବୀନ ସରକାର ମ୍ୟୁନିସିପାଲଟି ଅଞ୍ଚଳର ପ୍ରତ୍ୟେକ ପରିବାର ପାଖରୁ ୟୁର୍ଜସ ଫି ବାବଦକୁ ମାସକୁ ୫୦ ଟଙ୍କା, ବ୍ୟବସାୟ ଅନୁଷ୍ଠାନ ମାନଙ୍କ ଠାରୁ ୧୦୦ ଟଙ୍କା ଏବଂ ଲୋକଙ୍କର ଭୋଜି ଭାତ ସମୟରେ ୫୦୦ ଟଙ୍କା କରି ଆଦାୟ କରିବା ପାଇଁ ନିଷ୍ପତ୍ତି ହେଉଛି, ଲୋକଙ୍କ ପାଇଁ ‘ଜିଜିଆ କର’ ସଦୃଶ । ସ୍ୱଚ୍ଛତା ପାଇଁ କେନ୍ଦ୍ର ସରକାର ଟିକସ ନେଉଛନ୍ତି । ପୁଣି ଇଏ କି ପ୍ରକାର ଟିକସ ବୋଲି ଆଜିର ବିକ୍ଷୋଭ ରେ ବିଭିନ୍ନ ବକ୍ତା ପ୍ରଶ୍ନ ଉଠାଇଥିଲେ । ହୋଲ୍ଡିଙ୍ଗ୍ ଟିକସ ଠାରୁ ଆରମ୍ଭ କରି ରାସ୍ତା କଡ ଲାଇଟ୍, ପାଣି ପାଇଁ ଟିକସ ଦେବାକୁ ପଡ଼ୁଛି । ଏସବୁ ସତ୍ତ୍ୱେ ଜଳେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳ ଯେଉଁ ତିମିରକୁ ସେହି ତିମିର । ଜଳ ନିଷ୍କାସନର ବ୍ୟବସ୍ଥା ନାହିଁ । ମଶାର ପାଦୃଭାବ ବଢ଼ିଛି । ୱାଡ୍ ମାନଙ୍କରେ ରାସ୍ତା ଗୁଡିକ ଦୟନୀୟ । କଲ୍ୟାଣ ମଣ୍ଡପ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସୁବିଧା ସୁଯୋଗ ଲୋକେ ପାଇପାରୁ ନାହାନ୍ତି । ଏଭଳି ସ୍ଥଳେ ପୂନଃ ଟିକସ ପକାଇ ଲୋକଙ୍କ ଉପରେ ବୋଝ ଲଦି ଦେବା ବନ୍ଦ୍ କରିବାକୁ ବକ୍ତା ମାନେ ଦାବି କରିଥିଲେ । ଆଗାମୀ ଦିନରେ ଏହି ୟୁର୍ଜସ ଫି ପ୍ରତ୍ୟାହାର ନ ହେଲା ପର୍ଯ୍ୟନ୍ତ ଆନ୍ଦୋଳନ ବ୍ୟାପକ ହେବ ବୋଲି ବକ୍ତା ମାନେ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଥିଲେ । ଆଜିର ଗଣବିକ୍ଷୋଭ ରେ ଦିଲ୍ଲୀପ କୁମାର ଗିରି ଙ୍କ ଅଧ୍ୟକ୍ଷତାରେ ଜିତାଂଶୁ ନନ୍ଦୀ, ଶିତାଂଶୁ ସେନାପତି, ଶିଶିର ହୁଇ, ଆରତୀ ପଲାଇ, ସବିତା ଭୂୟାଁ, ଲକ୍ଷ୍ମୀଧର ପଲାଇ, ସେକ୍ ନଜିମୁଦ୍ଦିନ୍, ସେକ୍ ତଏବ, ପଲ୍ଟୁ ଦାସ, ସେକ୍ ଅଲିମୁଦ୍ଧିନ୍, ରାମଚନ୍ଦ୍ର ମହାନ୍ତି, ଦିପ୍ତିମାନ ଆଚାର୍ଯ୍ୟ, ଦିଲ୍ଲୀପ ପରିଡ଼ା, ଜିବନ ପରିଡ଼ା, ସବେରା ବିବି, ରବି ନନ୍ଦୀ, ଅକ୍ଷୟ ମହାନ୍ତି, ପ୍ରରେଶ ନନ୍ଦୀ, କୁମାର କୃଷ୍ଣ କର, ଅଶୋକ ଜେନା, କଳ୍ପନା କର, ରାଜେଶ ବ୍ରହ୍ମ, ନିତ୍ୟାନନ୍ଦ ଦାସ, ଲକ୍ଷ୍ମୀଧର ବାଗ୍, ଶିବାନନ୍ଦ ରଣା, କେଦାର ଜେନା, ବୁଦ୍ଧିରାମ ଟୁଡୁ, ବିନୋଦ ହାଁସଦା, ସୁମତି ଗିରି ପ୍ରମୁଖ ବକ୍ତବ୍ୟ ରଖିବା ସହ ଆଜି ଏହି ବିକ୍ଷୋଭର ନେତୃତ୍ୱ ଦେଇଥିଲେ ।