ଜଳେଶ୍ଵର ଉତ୍କଳ ଜନନୀ ସେବା ସଙ୍ଗଠନ ତରଫରୁ ମୟୂରଭଞ୍ଜ ଜିଲ୍ଲାରେ ସେବା ଯୋଗାଇ ପ୍ରଶଂସିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉତ୍କଳ ଜନନୀ ସେବା ସଙ୍ଗଠନ ଜଳେଶ୍ଵର ତରଫରୁ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ଗଡିଘାଟି ପଞ୍ଚାୟତର ଗଡିଘାଟି ଗ୍ରାମ ଏବଂ କିର୍ତ୍ତନିଆପାଳ ଗ୍ରାମରେ ପାଖାପାଖି ଶହେରୁ ଉର୍ଦ୍ଧ ଘରକୁ ଘର ବୁଲି ସାନିଟାଏଜ କରାଗଲା । ଉକ୍ତ ପଞ୍ଚାୟତର ସରପଞ୍ଚ ବିଜୟ କୁମାର ହାଁସଦା, ଅଙ୍ଗନବାଡି କର୍ମୀ ସବିତା ପାତ୍ର, ଆଶାକର୍ମୀ ସତ୍ୟବତି ବିଶ୍ୱାଳ, ୱlର୍ଡ ସଭ୍ୟl ଖୁଲନା ତରାଇ, ଗୟାଧର ମଣ୍ଡଳ, ଶିକ୍ଷକ ଦିଲୀପ କୁମାର ପାତ୍ର, ଏବଂ ଗ୍ରାମର ସମସ୍ତ ଗ୍ରାମ୍ୟ କଲ୍ୟାଣ ସମିତିର ସଭ୍ୟସଭ୍ୟା ଉପସ୍ଥିତ ଥିଲେ । ସଂଗଠନର ସଭାପତି ହେମନ୍ତ କୁମାର ଜେନା, ସମ୍ପାଦକ ସନ୍ଦୀପ କୁମାର ମହାନ୍ତି, ଜ୍ୟୋତିର୍ମୟ ଜେନା, ତପନ ରଣବାଜ, ରଘୁନାଥ ଜେନା, ତପନ ମହାଳିକ, ସତ୍ୟରଞ୍ଜନ ବେଜ, ବଳରାମ ନନ୍ଦ, ଆଦି ଉପସ୍ଥିତ ଥିଲେ । ସାରା ରାଜ୍ୟରେ କରୋନା ମହାମାରୀ ନିଜର କାୟା ବିସ୍ତାର କରୁ ଥିବା ସମୟରେ ସଂଗଠନର କର୍ମୀ ମାନେ ନିଜର ଜୀବନକୁ ଖାତିର ନ କରି କରୋନା ହୋଇ ଥିବା ଗ୍ରାମ ଏବଂ ପଞ୍ଚାୟତକୁ ଦୀର୍ଘ ଦିନ ଧରି ଘର ଘର ବୁଲି ସାନିଟାଏଜ କରି ସାରା ଜିଲ୍ଲାରେ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି । ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ଜାରି ରହିବ ବୁଲି ସଙ୍ଗଠନର ସଭାପତି ହେମନ୍ତ କୁମାର ଜେନା ମତବ୍ୟକ୍ତ ପ୍ରଦାନ କରିଛନ୍ତି ।