ଜଳିଗଲା ପାଞ୍ଚ ପରିବାରର ୮ବଖରା ଘର…

ଭଞ୍ଜନଗର/ଜଗନ୍ନାଥ ପ୍ରସାଦ (ସମୃଦ୍ଧ ଓଡିଶା) ଗ୍ୟାସଲିକ୍ ହୋଇ ଜଳିଗଲା ପାଞ୍ଚ ପରିବାରର ୮ ବଖରା ଘର । ଜଗନ୍ନାଥ ପ୍ରଶାଦ ବ୍ଲକ ଅନ୍ତର୍ଗତ ବୁଡ଼ୁରୁଙ୍ଗୁ ପଞ୍ଚାୟତର ଦୁହୁଡ଼ିବଞ୍ଜର ଗ୍ରାମରେ ଆଜି ସକାଳ ୬ଟାରେ ନିଆଲାଗି ଗ୍ରାମର ପାଞ୍ଚ ପରିବାରର ଆଠ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ଦମକଳ ବାହିନୀ ପହଁଚି ନିଆକୁ ଆୟତ୍ତ କରିଥିଲେ । ମିଳିଥିବା ସୂଚନା ମୁତାବକ ଗ୍ରାମର ବିଦ୍ୟାଧର ଡାକୁଆଙ୍କ ସ୍ତ୍ରୀ ଆଜି ସକାଳୁ ରୋଷେଇ କରୁଥିବା ବେଳେ ଗ୍ୟାସ ଟାଙ୍କିଟି ସରି ଯାଇଥିଲା । ତେଣୁ ଉକ୍ତ ଟାଙ୍କିକୁ କାଢ଼ି ନୂଆ ଟାଙ୍କିରେ ରେଗୁଲେଟର ଲଗାଇ ଚାଲୁ କରିଥିଲେ । ତେବେ ହଠାତ କୌଣସି କାରଣରୁ ରେଗୁଲେଟର ପାଖରୁ ଗ୍ୟାସ ଲିକ ହୋଇ ଜୋରରେ ଜଳି ଉଠିଲା । ଏହା ଦେଖି ତାଙ୍କ ସ୍ତ୍ରୀ ଘର ଭିତରୁ ପଦାକୁ ଧାଇଁ ପଳାଇ ଆସିଥିଲେ । ସେହି ନିଆଁ ଜୋରରେ ଜଳି ଉଠି ଚାଳକୁ ଧରିବା ସହ ପାଖ ପଡୋଶୀଙ୍କ ଘରକୁ ବ୍ୟାପି ଯାଇଥିଲା । ସଙ୍ଗେ ସଙ୍ଗେ ସ୍ଥାନୀୟ ଦମକଳ ବାହିନୀକୁ ଦିଆଯାଇଥିଲା । ଦମକଳ ବାହିନୀ ଗ୍ରାମରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ସେତେବେଳେକୁ ପାଖ ପଡୋଶୀଙ୍କ ସମେତ ମୋଟ ଆଠ ବଖରା ଘର ପୋଡି ସାରିଥିଲା । ନିଆଁର ପ୍ରକୋପ ଏତେ ପରିମାଣର ଥିଲା ଯେ ପୋଡି ହୋଇଯାଇଥିବା ଘରୁ କେହି କୋୖଣସି ସାମଗ୍ରୀ ଉଦ୍ଧାର କରି ପାରିନଥିଲେ । ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ସରପଞ୍ଚ ଗ୍ରାମରେ ପହଁଚି ବିପନ୍ନକୁ ରିଲିଫ ସାମଗ୍ରୀ ପ୍ରଦାନ କରିବା ସହିତ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ବିପନ୍ନ ପରିବାର ଙ୍କୁ ରହିବା ପାଇଁ ବ୍ୟବସ୍ଥା କରିବା ସହ ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି। । ଘଟଣା ସ୍ଥଳରେ ରାଜସ୍ୱ ବିଭାଗ କର୍ମଚାରୀ ପହଞ୍ଚି କ୍ଷୟକ୍ଷତି ଆକଳନ କରି ଫେରିଥିବା ସୂଚନା ମିଳିଛି ।