ଜଳବନ୍ଦୀରେ ନିମପୁର,ଚକଅର୍ଜ୍ଜୁନି ଗ୍ରାମବାସୀ : ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଜଳ ଘେରରେ, ୭୦ ଏକରରୁ ଉର୍ଦ୍ଧ୍ଵ ଧାନଚାଷ ନଷ୍ଟ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ଅନ୍ତର୍ଗତ ବିଭିନ୍ନ ତଳିଆ ଅଞ୍ଚଳରେ ପଶ୍ଚିମବଙ୍ଗର ୬୦ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ଦେଇ ବର୍ଷା ପାଣି ଆସି ଜଳେଶ୍ୱର ଅଞ୍ଚଳର ସମସ୍ତ ବର୍ଷାପାଣି ଜଳେଶ୍ୱର ପଶ୍ଚିମବାର୍ଡ ରାସ୍ତାର ଦୁଇ ପାର୍ଶ୍ଵରେ ଥିବା ଡ୍ରେନର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରୁ ନ ଥିବାରୁ ଜଳ ନିଷ୍କାସନ ହୋଇ ପାରୁ ନାହିଁ । ଯାହା ଫଳରେ ନିମପୁର, ଚକଅର୍ଜ୍ଜୁନି, ଶାଳିକୋଠା, ଆରୁହା, ପ୍ରଭୃତି ଗ୍ରାମ ସମ୍ପୂର୍ଣ୍ଣ ଭାବେ ବୁଡ଼ି ଚାଷ ନଷ୍ଟ ହୋଇ ଯିବା ସହ ୧୫ ରୁ ୨୦ଟି ଗଡ଼ିଆ ପୋଖରୀ ବୁଡ଼ିଯାଇ ହଜାର ହଜାର ଟଙ୍କାର ମାଛ ବାହାରି ଯାଇଥିବା ଜଣାପଡିଛି ଏବଂ ନିମପୁର ଗ୍ରାମର କାହ୍ନୁ ଚରଣ ରଣା, ରାମଚନ୍ଦ୍ର ରଣା, ହରି ବେଶ୍ରା, ସନିଆ ବେଶ୍ରା, କରମୁ ପାତ୍ର, ମଧୁ ଦତ୍ତ, ଶମ୍ଭୁନାଥ ରଣା, ଗୌରହରି ବେହେରା, ରାମେଶ୍ୱର ହେମ୍ରମ, ଭୀମ କିସ୍କୁ, ରାମରାୟ ବେଶ୍ରା, ରାମ ମାରାଣ୍ଡି ଓ ମାଧବ ରଣା ଓ ଆରୁହା ଗ୍ରାମ ଆଦିବାସୀ ସାହି ବିପିନ ସିଂ, ଜଗା ସିଂ, କାଲୁରାମ ସିଂ ଲକ୍ଷ୍ମଣ ସିଂ ଓ ଗଣେଶ ସିଂ ପ୍ରମୁଖଙ୍କ ଘର ପାଣି ଘେରରେ ରହିବା ସଙ୍ଗେ ସଙ୍ଗେ ନିମପୁର ଗ୍ରାମର ଅଙ୍ଗନବାଡ଼ି ଏବଂ ସ୍କୁଲ ଘର ପାଣି ଘେରରେ ୩ ଦିନ ହେବ ରହିଛନ୍ତି । ରାସ୍ତା ଘାଟ ବୁଡ଼ି ରାହିଥିବାରୁ ଗରୁ ଗାଈ ଘରୁ ବାହାରି ପାରୁ ନାହିଁ । ତା ସହିତ ପ୍ରାୟ ୬୦ ରୁ ୭୦ ଏକର ଚାଷ ଜମିରେ ମଧ୍ୟ ଜଳ ଜମି ଯାଇ ଥିବାରୁ ଏବର୍ଷ ଚାଷ ନଷ୍ଟ ହେବାର ସମ୍ଭାବନା ଅଛି । ଏହାର ପ୍ରତିକାର ପାଇଁ ଆରୁହା ପଞ୍ଚାୟତର ସରପଞ୍ଚ ହରିଶ୍ଚନ୍ଦ୍ର ଭୂୟାଁ, ସମିତି ସଭ୍ୟ ରାଜେନ୍ଦ୍ର ପାତ୍ର, ରୋଟାରିଆନ ଲେଳିନ କୁମାର ପ୍ରଧାନ,ନିମପୁର ଗ୍ରାମର ଗ୍ରାମ୍ୟମୁଖ୍ୟ ଲକ୍ଷ୍ମୀନାରାୟଣ ପ୍ରଧାନ, ଜୟନ୍ତ କୁମାର ସାହୁ, ଆଇନଜୀବି ନିଗମାନନ୍ଦ ପାତ୍ର, ଗ୍ରାମ କମିଟି ସମ୍ପାଦକ ମହେଶ୍ୱର ପ୍ରଧାନ, ସୁକୁମାର ଦାସ, ମଧୁସୂଦନ ପ୍ରଧାନ, ନିର୍ମଳ କୁମାର ଭଞ୍ଜ, ମନୋଜ କୁମାର ପ୍ରଧାନ, ଶାଳିକୋଠା ଗ୍ରାମର ଦେବବ୍ରତ ପ୍ରଧାନ, ପ୍ରଦୀପ କୁମାର ମହାନ୍ତି, ଚନ୍ଦନ କୁମାର ମହାନ୍ତି, ସୁବାଶିଷ ଜେନା ଓ ଆରୁହା ବିଜେଡି ପଞ୍ଚାୟତ ସଭାପତି ବିଜୟ କୁମାର ପ୍ରଧାନଙ୍କ ଅନୁରୋଧ କ୍ରମେ ଜଳେଶ୍ୱର ବିଧାୟକ ଅଶ୍ୱନି କୁମାର ପାତ୍ରଙ୍କ ନିର୍ଦ୍ଦେଶରେ ଜଳେଶ୍ୱର ଅତିରିକ୍ତ ତହସିଲଦାର କମଳ ବିହାରୀ ଦାସ, ଜଳେଶ୍ୱର ସଦର ଆର.ଆଇ, ମାନସ କୁମାର ବେହେରା ନିମପୁରରେ ପହଞ୍ଚି ନିମପୁର ଠାରୁ ଆରୁହା ପର୍ଯ୍ୟନ୍ତ ଜଳମଗ୍ନ ଅଞ୍ଚଳ ଅନୁଧ୍ୟାନ କରି ଖୁବଶୀଘ୍ର ଏହାର ପ୍ରତିକାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।