ଜରିପାଲ ତଳେ କଟୁଛି ବିଳାଶଙ୍କ ପରିବାର

ଡେଲାଙ୍ଗ(ସମୃଦ୍ଧଓଡିଶା)ଗରିବ ହିତାଧିକାରୀଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ରହିଛି ମାଳମାଳ ଯୋଜନା। ଆଉ ଏଥିପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହିନତା ପାଇଁ ବାଦ ପଡୁଛନ୍ତି ପ୍ରକୃତ ହିତାଧିକାରୀ।ପକ୍କା ଘର ବଖରାଏ ପାଇଁ ପଞ୍ଚାୟ ତଠାରୁ ବ୍ଲକ କାର୍ଯ୍ୟାଳୟ ଦୌଡି ଦୌଡି ନୟାନ୍ତ ହୋଇ ଶେଷରେ ଅଧାଗଢ଼ା ଘରେ ପାଲ ପାକାଇ ଜୀବନ ବିତାଉଛନ୍ତି ବିଳାସ ବେହେରା ଙ୍କ ପରିବାର।ଏ ହେଉଛନ୍ତି ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଜେନାପୁର ଗ୍ରାମ ପଞ୍ଚାୟତର ଗୋବିନ୍ଦପୁର ଗ୍ରାମର ବିଳାସ ବେହେରା ସ୍ବାମୀ ବିଜୟ ବେହେରା। ବିଳାସ ଙ୍କ ପାଇଁ ସାତସପନ ପାଲଟିଛି ସରକାରୀ ଯୋଜନା। ଅଧାଗଢ଼ା ଓ ଭଙ୍ଗା ଘରେ ନିଜର ଚାରି ପ୍ରାଣୀ କୁଟୁମ୍ବ ଙ୍କୁ ଧରି ଜୀବନ କାଟୁଛନ୍ତି ବିଳାସ। ସ୍ୱାମୀ ଦିନ ମଜୁରୀଆ ହୋଇଥିବା ବେଳେ ଯାହା ଦୁଇ ପଇସା ମିଳେ ସେଥିରେ କଷ୍ଟେମଷ୍ଟେ ଚଳିଥାନ୍ତି ସପରିବାର। ସେପଟେ ପକ୍କାଘର ବଖରାଏ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ ବିଡ଼ିଓଙ୍କୁ ଗୁହାରି କରି ମଧ୍ୟ କୌଣସି ସୁବିଧା ମିଳୁନଥିବା କୋହଭରା କଣ୍ଠରେ କହିଛନ୍ତି ବିଳାସ ଙ୍କ ସ୍ବାମୀ ବିଜୟ। ଅପରପକ୍ଷରେ ମୋ ଘର ପାଇଁ ଆବେଦନ କରିଥିଲେ ମଧ୍ୟ ବିଜୟ ଙ୍କ ବାପାଙ୍କ ନାମରେ ଘର ବାରି ପଟାଥିବାରୁ ବିଜୟ ଦୁଇ ଭାଇ ହୋଇଥିବା ରୁ ମୋ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି ବିଜୟ।

ରିପୋର୍ଟ : ରଜତ ମହାପାତ୍ର