ଜବାହର ଉଚ୍ଚ ବିଦ୍ୟାପୀଠ ବାଳସିଠାରେ ବିଶ୍ୱ ଜଙ୍ଗଲ ଦିବସ ପାଳନ

ଭୂବନେଶ୍ଵର(ସମୃଦ୍ଧଓଡିଶା)ଗତ ଗୁରୁବାର ଦିନ ଜବାହର ଉଚ୍ଚ ବିଦ୍ୟାପୀଠ ବାଳସି ଠାରେ ବିଶ୍ୱ ଜଙ୍ଗଲ ଦିବସ ପାଳନ କରାଯାଇଥିଲା | ଉକ୍ତ ସଭାରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଭୟ କୁମାର ଦେବତା ସଭାପତିତ୍ବ କରିଥିଲେ | ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ | ପ୍ରଧାନ ଶିକ୍ଷକ ଜଙ୍ଗଲ ତଥା ଏହାର ଉପକାରିତା ବିଷୟରେ ଆଲୋଚନା କରିଥିଲେ | ବର୍ତ୍ତମାନ ସମୟରେ ଜଙ୍ଗଲ ଏବଂ ତାର ସୁରକ୍ଷା ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ | ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା କରି ଅତିଥି ମାନଙ୍କର ଦ୍ୱାରା ପୁରସ୍କାର ଦିଆଯାଇଥିଲା | ଶେଷରେ ହିନ୍ଦୀ ଶିକ୍ଷକ ଜୟ ଚନ୍ଦ୍ର ଭୋଇ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ |ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହାୟକ କରିଥିଲେ|

ରିପୋର୍ଟ : ରଜତ ମହାପାତ୍ର