‘ଜବାବ୍ ମାଗୁଛି ଓଡ଼ିଶା’ ରଥର ଶୁଭାରମ୍ଭ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବ୍ରହ୍ମପୁର ଗାନ୍ଧିନଗର ସ୍ଥିତ ଗାନ୍ଧି ପ୍ରତିମୂର୍ତ୍ତି ନିକଟରୁ ଜବାବ୍ ମାଗୁଛି ଓଡ଼ିଶା ରଥର ଶୁଭାରମ୍ଭ କରାଯାଇଛି । ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସିଦ୍ଧାନ୍ତ ଗଙ୍ଗଦେବଙ୍କ ନେତୃତ୍ୱରେ ଏହି ରଥ ବିଜେପି ସାଂଗଠନିକ ଗଂଜାମ ଜିଲ୍ଲା ପରିକ୍ରମା କରିବ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି ଓ ରାଜ୍ୟ ସଂପାଦକ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରଥର ଶୁଭାରମ୍ଭ କରିଥିଲେ । ରାଜ୍ୟରେ ବେରାଜଗାରୀ, ଶିଳ୍ପର ବିକାଶ ନହେବା, ଚାଷୀଙ୍କ ଦୁର୍ଦ୍ଦିନତା ଆଦିକୁ ବିରୋଧ କରିବା ସହ ସରକାର ବିକାଶରେ ବିଫଳ ହୋଇଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି । କାର୍ଯ୍ୟକ୍ରମ ପରିଚାଳନାରେ ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସଂପାଦକ ବିକାଶ ପାଣିଗ୍ରାହୀ, ପ୍ରିୟ ରଂଜନ ବେହେରା, ଶିବ ପ୍ରସାଦ ପାତ୍ର, କିରଣ କୁମାର ସାହୁ, ଉମା ଶଙ୍କର ପଣ୍ଡା, ସନ୍ତୋଷ ସାହୁ, ଚିତରଂଜନ ପଣ୍ଡା, ଶ୍ରୀ କୁମାର ପୁରୋହିତ, ମଧୁସୂଦନ ସାହୁ,କମଲ ପାତ୍ର, ଚନ୍ଦନ ସାହୁ, ସତୀଶ ସ୍ୱରୂପ ଜେନା, ନାରାୟଣ ସାହୁ, କାଳିଆ ସାହୁ ମୁନା ମହାରଣା, ଆଲୋକ ଚୌଧୁରୀ, ସୁରେଶ ସାହୁ, ଶିବ ଶଙ୍କର ନାୟକ, ତୁମ୍ବେଶ୍ୱର ନାୟକ, ପ୍ରଶାନ୍ତ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଛନ୍ତି । ସେହିଭଳି ଜିଲ୍ଲା ଉପସଭାପତି ସୁନୀଲ୍ କୁମାର ସାହୁ, ରାମ କୁମାର ପାତ୍ର, ବରିଷ୍ଠ ନେତା ଶିଶିର ପାଢ଼ୀ, ପ୍ରଭାତ କିରଣ ଷଡ଼ଙ୍ଗି, ପ୍ରବୀର ପାତ୍ରଶରତ କୁମାର ସାହୁ, ରବିନ୍ଦ୍ର ସାହୁ, ମଦନ ମୋହନ ପାତ୍ର, ଧରଣୀଧର ବେହେରା, ଡ଼.ସୁବାସ ସାହୁ, ସୁବାସିନୀ ପଟ୍ଟନାୟକ, ରାମନାଥ ଗନ୍ତାୟତ, ସୁନୀଲ୍ ପାତ୍ର, ବିଜୟ ପଣ୍ଡା, ରୁପେଶ ମହାପାତ୍ର, ନୀଳକଣ୍ଠ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା