ଜନ୍ମାଷ୍ଟମୀ ପର୍ବ ବ୍ରହ୍ମାକୁମାରୀ ସଂସ୍ଥାନ ପକ୍ଷରୁ ପାଳିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ ଆନୁକୂଲ୍ୟରେ ପବିତ୍ର ଜନ୍ମାଷ୍ଟମୀ ପର୍ବ ପାଳିତ ହୋଇଯାଇଛି । ଆଶ୍ରମ ସମ୍ବନ୍ଧିତ କୁନିଭାଇ ଭଉଣୀ ମାନେ ଶ୍ରୀକୃଷ୍ଣ, ରାଧା, ନନ୍ଦରାଣୀ, ନନ୍ଦରାଜା, ଯଶୋଦା, ଦେବକୀ ଆଦି ପ୍ରମୁଖ ଭୂମିକାରେ ବେଶସାଜି ଅଭିନୟ କରିଥିଲେ । ଶ୍ରୀକୃଷ୍ଣ ଠାକୁରଙ୍କୁ ପୂଜା କରାଯାଇ ଲହୁଣୀ ଭୋଗ କରାଯାଇଥିଲା । ଶ୍ରୀକୃଷ୍ଣ ବେଶଧାରୀ କୁନି ଭାଇଙ୍କୁ ଦୋଳିରେ ଝୁଲା ଯାଇଥିଲା । ପାରମ୍ପରୀକ ଦହି ହାଣ୍ଡି ବନ୍ଦାପନା କରାଯାଇ ଆଧୁନିକତାର ଚାକଚକ୍ୟ ଯୁଗରେ ଶିଶୁମାନଙ୍କୁ ଖୁସିକରିବା ପୂର୍ବକ ବ୍ରହ୍ମା ବାବାଙ୍କ ପ୍ରଚଳିତ ବିଧିକ୍ରମେ କେକ୍ କଟାଯାଇ ଅନେକ ଶିଶୁଙ୍କ ଗହଣରେ ଖୁସି ମନା ଯାଇଥିଲା । ମାଆ ଭଉଣୀଙ୍କ ହୁଳହୁଳି ଧ୍ଵନିରେ ପାରମ୍ପରୀକ ଜନ୍ମାଷ୍ଟମୀ ପର୍ବ ଉତ୍ସବମୁଖର ହୋଇଥିଲା । ଛତ୍ରପୁର ଉପ-କାରାଗାର ଅଧିକାରିଣୀ ଶ୍ରୀମତୀ ଶୁଭସ୍ମିତା ବିଶ୍ୱାଳ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବ୍ରହ୍ମା କୁମାରୀ ସଂସ୍ଥାନରେ ଅଭିଭାବକ ମାନଙ୍କ ମହଲରେ ଶିଶୁରାଇଜ ଭଳି ଖୁସିମଉଜ କାର୍ଯ୍ୟକ୍ରମକୁ ନେଇ ଜନ୍ମାଷ୍ଟମୀ ପର୍ବ ପାଳନ ବେଶ ନିଆରା ହୋଇଥିଲା ବୋଲି ଶ୍ରୀମତୀ ବିଶ୍ୱାଳ ଉଲ୍ଲେଖ କରିଛନ୍ତି । ଶାଖା ସଂଚାଳିକା ବ୍ରହ୍ମାକୁମାରୀ ବିଜୟ ଲକ୍ଷ୍ମୀ ଏହି ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା ଓ ପରିଚାଳନା କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା