ଜନ୍ମଦିନରେ ଶୁଭକାମନା

ପବିତ୍ର ଗୁରୁଦିବସ ସେପ୍ଟେମ୍ବର 5ତାରିଖ ଦିନ ଓଡିଶା ଉଚ୍ଚନ୍ୟାୟାଳୟର ଆଇନଜୀବୀ ସୁଜିତ କୁମାର ପଟନାୟକଙ୍କ ଜନ୍ମ ଦିନ ଉପଲକ୍ଷେ ତାଙ୍କ ପିତାମାତା, ଭାଇଭଉଣୀ, ମାମୁଁ ଓ ସମସ୍ତ ଶୁଭାକାଂକ୍ଷୀ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି । ଆଇନପେସା ମାଧ୍ୟମରେ ସାଧାରଣ ବର୍ଗର ଲୋକଙ୍କୁ ଉପଯୁକ୍ତ ନ୍ୟାୟପ୍ରଦାନ କରିବା ସହ ଭବିଷ୍ୟତରେ ବିଚାରପତି ହେଲେ ସମସ୍ତଙ୍କ ଆଶା ଅଭିଳାଷ ସାକାର ହେବ ବୋଲି ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରିଛନ୍ତି।

ଯେବେ ଯେବେ ପ୍ରଭୁ ଏଇ ସଂସାରରେ
ଧର୍ମ ହୁଏ କଳୁଷିତ
ଅବତାର ନିଅ ଆହେ ଚକ୍ରଧାରୀ
ରଖିବାକୁ ତା’ ମହତ ।

ପାପୀ ନାଶ କରି ଭକ୍ତଙ୍କୁ ଉଦ୍ଧାରି
ଧର୍ମର ସ୍ଥାପନା କର
ତୁମ ଦୁନିଆକୁ ଦିଅ ନୂଆ ରୂପ
ଉଡାଅ ଧ୍ଵଜା ତୁମର ।

ଦେବକୀ ଅଷ୍ଟମ ଗର୍ଭରୁ ସମ୍ଭୂତ
ହୋଇଥିଲ ମଥୁରାରେ
କେହି ଜାଣିଲେନି ଆହେ ମାୟାଧର
ପହଞ୍ଚିଲ ଗୋପପୁରେ ।

ସକାଳ ହୋଇଲା ଚହଳ ପଡ଼ିଲା
ଉତ୍ସବ ଗୋପ ପୁରରେ
ନନ୍ଦ ଓ ଯଶୋଦା ଧନ୍ୟ ହୋଇଗଲେ
ବଢିଲ ତାଙ୍କ କୋଳରେ ।

ପୁତନା ରାକ୍ଷସୀ ଅଘା ବକା କେଶି
ମାରିଲ କେତେ ଗୋପାଳ
କାଳୀୟ ଦଳିଲ ଗୋପ ରକ୍ଷା କଲ
ପାପ ପାଇଁ ହେଲ କାଳ ।

ଗୋବର୍ଦ୍ଧନ ଟେକି ବ୍ରଜକୁ ରଖିଲ
ଇନ୍ଦ୍ରେ କଲ ଅପମାନ
କୂଳ ପରମ୍ପରା ସର୍ବାଗ୍ରେ ପୂଜିତ
ଧେନୁକୁ ଦେଲ ସମ୍ମାନ ।

ଯଶୋଦା ଦେଖିଲେ ଚଉଦ ଭୁବନ
ତୁମ ପାଟିରେ ମୋହନ
ଯମୁନା କୂଳରେ ଯେତେ ଲୀଳା କଲ
ସାକ୍ଷୀ ତାର ବୃନ୍ଦାବନ ।

ଆହେ ବଂଶୀଧାରୀ ହେ ବାଙ୍କ ବିହାରୀ
ଆଜି ତୁମ ଜନ୍ମଦିନ
ସବୁ ଖୁସି ମିଳୁ ତୁମକୁ କହ୍ନେଇ
ରହୁ ତୁମ ପାଦେ ମନ ।

ହେ ବାଳ ମୁକୁନ୍ଦ ଏତିକି ଜଣାଣ
ସଭିଙ୍କୁ ରଖ ଭଲରେ
ପୃଥିବୀରୁ ପାପ ଦୁଃଖ ଦୂର ହେଉ
ଜୀବନ ବିତୁ ପ୍ରେମରେ ।

** ଜୟ ଜଗନ୍ନାଥ। ଜୟ ଶ୍ରୀକୃଷ୍ଣ ।

ପବିତ୍ର ଜନ୍ମାଷ୍ଟମୀ ଅବସରରେ ଆପଣଙ୍କୁ ମୋ ଅନ୍ତରର ଗଭୀରତମ ପ୍ରଦେଶରୁ ଅନନ୍ତ କୋଟି ଜୟ ଶ୍ରୀକୃଷ୍ଣ ଓ ଶୁଭକାମନା ଜଣାଉଛି । ପରମ ପ୍ରେମମୟ ଗୋବିନ୍ଦ ଗିରିଧରଙ୍କ ନିକଟରେ ଆପଣଙ୍କର ତଥା ଆପଣଙ୍କ ପରିବାରର ମଙ୍ଗଳ କାମନା କରୁଅଛି।

ରମାନାଥ କର ( ବବଲୁ)
ପାକମୁଡି, ବଡାଶ, ବାଲିଆପାଳ, ବାଲେଶ୍ଵର।
୯୪୩୯୯୮୦୯୯୫/୯୩୪୮୩୨୫୧୨୫