ଜଗନ୍ନାଥ ପ୍ରସାଦରେ ଥର୍ମାଲ ଟେଷ୍ଟି ଆରମ୍ଭ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦରେ କରୋନା ରୋଗର ପ୍ରାଥମିକ ପରୀକ୍ଷା ନିରୀକ୍ଷଣ ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାଇ ଘର ଘର ବୁଲି ଥର୍ମାଲ ଟେଷ୍ଟି ଆରମ୍ଭ ହୋଇଯାଇଛି । ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାକୁ ଦୁଇ ଲକ୍ଷରୁ ଉର୍ଦ୍ଧ୍ଵ ପ୍ରବାସୀ ଓଡ଼ିଆ ଆସିଥିବା ବେଳେ ଆଗାମୀ ଦିନରେ ଆହୁରି ଅଧିକା ପ୍ରବାସୀ ଓଡ଼ିଆ ଆସିବା ସମ୍ଭାବନା ରହିଛି । ତେଣୁ ଏହି ମାସ ତଥା ଜୁନ ମାସଟି ବହୁ ଗୁରୁତ୍ୱପୂର୍ଣ୍ଣ ଥିବା ଯୋଗୁଁ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିତାନ୍ତ ଜରୁରୀ ହୋଇଛି ।ଜଗନ୍ନାଥ ପ୍ରସାଦର ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳି ମହାନ୍ତି, ଆଶା କର୍ମୀ ପୁଷ୍ପାଞ୍ଜଳି ସେଠୀ, ଅଙ୍ଗନବାଡି ସହାୟିକା ପଙ୍କଜ ମାଝୀ, ଘରକୁ ଘର ବୁଲି ସଚେତନତାର ବାର୍ତା, ଯଥା, ସଂଗରୋଧ କେନ୍ଦ୍ରରୁ ଫେରିଥିବା ପ୍ରବାସୀ ଓଡ଼ିଆ ଗୃହ ରୋଧରେ ରହିବା, ସମସ୍ତେ ମାକ୍ସ ପିନ୍ଧିବେ, ହାତକୁ ବାରମ୍ବାର ସାବୁନରେ ଧୋଇବା, ସାମାଜିକ ଦୂରତା ରଖିବା, ଆବଶ୍ୟକ ନ ଥିଲେ ପଦାକୁ ନ ବହାରିବା, କହିବା ସହ ମେସିନ ମାଧ୍ୟମରେ ଥର୍ମାଲ ଟେଷ୍ଟି କରୁଛନ୍ତି । ଆଜି ଦିନରେ ୫୦୦ରୁ ଉର୍ଦ୍ଧ ବୃଦ୍ଧା, ଯୁବକ, ଶିଶୁ, ମହିଳା ମାନଙ୍କ ଥର୍ମାଲ ଟେଷ୍ଟି କରିଥିବା, ସମସ୍ତଙ୍କ ସ୍ୱାସ୍ଥ୍ୟ ଠିକ ଥିବା ଓ ଆଗାମୀ ଦିନରେ ଜଗନାଥ ପ୍ରସାଦ ବ୍ଲକ ଅଂଚଳର ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବ ବୋଲି ଜଣାଯାଇଛି ।

ରିପୋର୍ଟ : ନିଲୁ ବିଷୋୟୀ