ଜଗତସିଂହପୁର ଉପ-ମଣ୍ଡଳ ତରଫରୁ ଏକ ଡାକମେଳା ସହିତ ନୂତନ ସହକାରୀ ଡାକ ଅଧିକ୍ଷକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଗତକାଲି ୧୭.୦୫.୨୦୨୨ ରିଖ ଦିନ ରହଡିଙ୍ଗା ପଞ୍ଚାୟତ ଗୃହରେ କଟକ ଦକ୍ଷିଣ ଡାକମଣ୍ଡଳ ଅଧୀନରେ ଥିବା ଜଗତସିଂହପୁର ଉପ-ମଣ୍ଡଳ ପକ୍ଷରୁ ଏକ ଡାକମେଳା ସହିତ ସ୍ୱାଗତ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏହି ମେଳାରେ ସଅଁରା ପୋଷ୍ଟମାଷ୍ଟର ଶରତ ଚନ୍ଦ୍ର ସ୍ୱାଇଁ ସ୍ଵାଗତ ଅଭିଭାଷଣ ଏବଂ ଅତିଥି ପରିଚୟ ଦେଇଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ରହଡିଙ୍ଗା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଅମିତା ଖୁଣ୍ଟିଆ, ମୁଖ୍ୟ ବକ୍ତା ଭାବେ କଟକ ଦକ୍ଷିଣ ଡାକମଣ୍ଡଳର ଡାକ ଅଧିକ୍ଷକ ଗଜେନ୍ଦ୍ର ପ୍ରସାଦ କର, ସମ୍ମାନନୀୟ ଅତିଥି ଭାବରେ କଟକ ଦକ୍ଷିଣମଣ୍ଡଳର ସହକାରୀ ଡାକ ଅଧିକ୍ଷକ ଦିବ୍ୟସିଂହ ତ୍ରିପାଠୀ(ମୁଖ୍ୟାଳୟ), ବିଶିଷ୍ଟ ସମାଜସେବି ନିରାକାର ଖୁଣ୍ଟିଆ, ରିଟାୟାର୍ଡ଼ ଏସବିଆଇ ମ୍ୟାନେଜର କୈଳାଶ ଚନ୍ଦ୍ର ଖୁଣ୍ଟିଆ, ରାହାଡିଙ୍ଗା ପଞ୍ଚାୟତର ନୋମିନି ସଦସ୍ୟ ରଞ୍ଜନ ସ୍ୱାଇଁ ଏବଂ ସମ୍ମାନନୀୟ ବକ୍ତା ଭାବେ ଜଗତସିଂହପୁର ଉପ ମଣ୍ଡଳରେ ସହକାରୀ ଡାକଅଧିକ୍ଷକ ବ୍ରଜେନ୍ଦ୍ର ହେମରମ୍ ମହୋଦୟ ଯୋଗଦେବା ସହିତ ମେଳାରେ ଉପସ୍ଥିତ ଥିବା ରାହାଡିଙ୍ଗା ପଞ୍ଚାୟତର ସମସ୍ତ ୱାର୍ଡମେମ୍ବର, ଅଙ୍ଗନବାଡି କର୍ମଚାରୀ, ଆଶା ଦିଦି, ମା ଚାତଖାଇ ଓ ମା ଶକ୍ତି ସ୍ୱୟଂସହାୟକ ଗୋଷ୍ଠୀର କର୍ମଚାରୀ ସହିତ ରାହାଡିଙ୍ଗା ପଞ୍ଚାୟତର ସମସ୍ତ ଗ୍ରାମବାସୀମାନଙ୍କୁ ଡାକଘରେ ଉପଲବ୍ଧ ହେଉଥିବା ବିଭିନ୍ନ ଯୋଜନା ଯେପରକି ସଞ୍ଚୟ ଜମା, ସୁକନ୍ୟା, ଆର୍ଡି, ଫିକ୍ସ, ସିନିଅର ସିଟୀଜେନ, ନ୍ୟାସନାଲ ଶେଭିଂ ସାର୍ଟିଫିକେଟ, ଆରପିଏଲଆଇ(RPLI), ପିଏଲଆଇ(PLI), ଆଇପିପିବି (IPPB), ଏଇପିଏସ(AEPS), ଆଧାର କାର୍ଡ, ପାନ କାର୍ଡ, ଟ୍ରେନ ଟିକଟ ଆଦି ଯୋଜନାର ସୁଫଳ ବିଷୟରେ ଅବଗତ କରାଇଥିଲେ । ମୁଖ୍ୟବକ୍ତା କର ଜଗତସିଂହପୁର ଉପ-ମଣ୍ଡଳରେ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ସହକାରୀ ଡାକ ଅଧିକ୍ଷକ ବ୍ରଜେନ୍ଦ୍ର ହେମରମ୍ ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦ୍ୱାରା ସ୍ୱାଗତ ଜଣାଇଥିଲେ । ଏହି ମେଳାରେ ଏକ ଡାକ କ୍ୟାମ୍ପର ଆୟୋଜନ କରାଯାଇଥିଲା ଯେଉଁଥିରେକି ୧୦୭ ଟି ଆଧାର (ନୂତନ ଓ ସଂଶୋଧନ), ୫୨ଟି ନୂତନ ସଞ୍ଚୟ ଖାତା ଓ ୩୧ଟି ଗଙ୍ଗାଜଳ ବିକ୍ରି ହୋଇଥିଲା । ପୋଷ୍ଟଅଫିସରେ ଉପଲବ୍ଧ ସମସ୍ତ ଯୋଜନା କିପରି ପ୍ରତେକ ଗାଁର ଗଳି କନ୍ଦିରେ ଓ ଘରେ ଘରେ ପ୍ରତେକ ବ୍ୟକ୍ତିମାନଙ୍କ ପାଖରେ ଅତି ସହଜରେ ପହଞ୍ଚି ପାରିବା ସହିତ ଏହାର ସୁବିଧା ଯେପରି ଅତି ସହଜରେ ମିଳିପାରିବ ଏହାହିଁ ଏହି ଡାକମେଳାର ମୂଳ ଉଦେଶ୍ୟ ବୋଲି ମୁଖ୍ୟବକ୍ତା ଶ୍ରୀଯୁକ୍ତ କର କହିଥିଲେ । ସମ୍ମାନନୀୟ ଅତିଥି କୈଳାଶ ଚନ୍ଦ୍ର ମଲ୍ଲିକ ସମସ୍ତେ ଡାକବୀମା କରିବା ସହ ଡାକଘରେ ସଞ୍ଚୟ ଖାତା ଖୋଲି ନିଶ୍ଚିତ ରହିବା ସହ ଭାରତ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ନେବାକୁ କହି ନିଜ ଅଭିଜ୍ଞତାକୁ ଅତି ସୁନ୍ଦର ଭାବରେ ବ୍ୟକ୍ତ କରିଥିଲେ । ଓଭରସିଅର ମନମଥ ରାମ, ନାଲିବର ଉପଡାକଘର ପୋଷ୍ଟମାଷ୍ଟର ଭଗବାନ ବରିହା ଓ ତାର ଅଧିନସ୍ଥ ସମସ୍ତ ଶାଖା ଡାକଘର ମାନଙ୍କର ସମସ୍ତ କର୍ମଚାରୀବୃନ୍ଦ ଉପସ୍ଥିତ ରହି ଏହି ମେଳା ଓ କ୍ୟାମ୍ପକୁ ଆୟୋଜନ କରିବାରେ ସଫଳ ହୋଇଥିଲେ । ଶେଷରେ ରାହାଡିଙ୍ଗା ପୋଷ୍ଟ ଅଫିସର ପୋଷ୍ଟମାଷ୍ଟର ରାଜେଶ ଦଳେଇ ଧନ୍ୟବାଦ ଅର୍ପଣ କରି ସଭାକୁ ସାଙ୍ଗ କରିଥିଲେ ।