ଛାତ୍ର ନେତା ତତସତ୍ ସୁବୁଦ୍ଧି ହେଲେ ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ୍ ସମ୍ପାଦକ ଓ ମୁଖପାତ୍ର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ୍ କମିଟି ଘୋଷଣା ହୋଇଥିବା ବେଳେ ଓଡିଶା ଛାତ୍ର କଂଗେସ ପ୍ରଭାରୀ ଶ୍ରୀ ରୋସନ୍ ଲାଲ ବିଟୁ ଗତକାଲି କମିଟି ଘୋଷଣା କରିଛନ୍ତି । ଏଥିରେ ଗଞ୍ଜାମ ଜିଲ୍ଲାର ଛାତ୍ର ନେତା ତତସତ୍ ସୁବୁଦ୍ଧିଙ୍କୁ ରାଜ୍ୟ ଛାତ୍ର କଂଗ୍ରେସ ସମ୍ପାଦକ ସହ ମୁଖପାତ୍ର ଦାଇତ୍ଵ ମିଳିଛି । ଶ୍ରୀ ସୁବୁଦ୍ଧି ୨୦୧୬ ମସିହା ଠାରୁ ଛାତ୍ର କଂଗ୍ରେସ ସହ ଯୋଡ଼ିହୋଇ କାମ କରୁଛନ୍ତି । ଖୋଲିକୋଟ ବିଶ୍ଵ ବିଦ୍ୟାଳୟରୁ ସେ ନିଜ ଛାତ୍ର ରାଜନୀତି ଆରମ୍ଭ କରି କମର୍ସ ସୋସାଇଟି ସେକ୍ରେଟରୀ ମଧ୍ୟ ହୋଇଥିଲେ । ଏହା ପୂର୍ବରୁ ସେ ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ କମିଟିରେ ସଂଯୋଜକ ଭାବେ ମଧ୍ୟ ଦାଇତ୍ଵ ତୁଲାଇଛନ୍ତି । ବିଗତ ୮ ବର୍ଷ ହେଲା ରାଜ୍ୟ ଛାତ୍ର କଂଗ୍ରେସ କମିଟିରେ ଗଞ୍ଜାମ ଜିଲ୍ଲାରୁ କେହି ରହିନଥିବା ବେଳେ ବର୍ତ୍ତମାନ ସୁବୁଦ୍ଧିଙ୍କୁ ଏହି ଦାଇତ୍ୱ ମିଳିଥିବାରୁ ନିଜ ଖୁସି ସାବ୍ୟସ୍ତ କରିଛନ୍ତି । ଦାଇତ୍ଵ ମିଳିବା ପରେ ଶ୍ରୀ ସୁବୁଦ୍ଧି ଏଆଇସିସି ସଂପାଦକ ବିଶ୍ବରଂଜନ ମହାନ୍ତି ଓ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କୁ କୃତଜ୍ଞତା ଜଣାଇବା ସହ ବ୍ରହ୍ମପୁର କଂଗ୍ରେସ୍ ସାଂସଦ ପ୍ରାର୍ଥୀ ଭି. ଚନ୍ଦ୍ରସେଖର ନାଇଡୁ, ଗଞ୍ଜମ ଜିଲ୍ଲା ଯୁବ କଂଗ୍ରେସ ସଭାପତି ବିଜୟରାଜ ପାଣିଗ୍ରାହି, ଶିବରାମ ପାତ୍ର, ଅତୁଲ୍ୟ ପାଢ଼ୀ ଓ ପତିତ ପାବନ ଗନ୍ତାୟତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।