ଛତ୍ରପୁର ସହରର ଉନ୍ନୟନ ନିମନ୍ତେ ମୁକ୍ତା ଯୋଜନାରେ ୨ କୋଟି ୨୦ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ବଣ୍ଟନ

ଛତ୍ରପୁର(ସମୃଦ୍ଧଓଡିଶା)ଛତ୍ରପୁର ସହରାଞ୍ଚଳର ବିଭିନ୍ନ ଉନ୍ନୟନ ଦିଗରେ ପ୍ରଶାସନ ଚିନ୍ତାପ୍ରକଟ କରିଛି । ଏନେଇ ମଙ୍ଗଳବାର ଆପରାହ୍ଣରେ ଛତ୍ରପୁର ଏନ.ଏ.ସି.ର କଲ୍ୟାଣମଣ୍ଡପ ଗୃହରେ ସହର ବାସୀଙ୍କୁ ମୌଳିକ ସୁବିଧା ଯୋଗାଇଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ତଥା ମୁକ୍ତା ଯୋଜନାରେ ୨ କୋଟି ୨୦ଲକ୍ଷ ଟଙ୍କା ବଜେଟର ପ୍ରକଳ୍ପମାନ ସହରାଞ୍ଚଳ ପ୍ରଶାସନ ଏସଏଚଜି ମହିଳା ସଂଘ ଜରିଆରେ କାର୍ଯ୍ୟାଦେଶ ବିତରଣ କରିଛି । ଏପରିକି ଏହିସବୁ କାର୍ଯ୍ୟାଦେଶ ଗୁଡିକ ଅଗଷ୍ଟ ମାସ ଶେଷ ସୁଦ୍ଧା କାର୍ଯ୍ୟ ସମ୍ପନ୍ନ କରିବାକୁ କୁହାଯାଇଛି । ଜିଲ୍ଲା ସହରାଞ୍ଚଳ ପ୍ରକଳ୍ପ ନିର୍ଦ୍ଦେଶକ ନୀଳମାଧବ ଭୋଇ ଯୋଗଦେଇ ସହରାଞ୍ଚଳର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଗୁଡିକ ଉନ୍ନତମାନର ହେବା ଆବଶ୍ୟକ ବୋଲି ସୂଚାଇଥିଲେ । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଛତ୍ରପୁର ଏନ.ଏ.ସି.କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ, ପୌର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ,ଉପାଧ୍ୟକ୍ଷ ଜି.ପାପାରାଓ ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ସୁରୁଖୁରୁରେ ସମ୍ପାଦିତ ଓ ପରିଚାଳିତ କରିବା ଦିଗରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହି ଦିନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଚୟନ ହୋଇଥିବା ୧୮ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପତ୍ର ବଣ୍ଟନ କରିଥିଲେ । ମୁକ୍ତା ଯୋଜନାରେ ଏବଂ ଅନ୍ୟାନ୍ୟ ଯୋଜନାରେ ଛତ୍ରପୁର ସହରାଞ୍ଚଳକୁ ସୌନ୍ଦର୍ଯ୍ୟକରଣ ସହ ରୂପାନ୍ତରିତ ଦିଗରେ ବିହିତ ପଦକ୍ଷେପ ପ୍ରଶାସନ ହାତକୁ ନେଇଛି ବୋଲି କୁହାଯାଇଛି । ଛତ୍ରପୁର ସହରାଞ୍ଚଳର ବନ୍ଧ, ପୁଷ୍କରିଣୀ, ଓପେନ ଜିମ୍ , ପାର୍କ, ଚିତ୍ତବିନୋଦନ ସ୍ଥଳ, ଶୌଚାଳୟ, ନାଳ,ରାସ୍ତାନିର୍ମାଣ ଆଦିର କାର୍ଯ୍ୟ ଯଥାଶୀଘ୍ର ତଥା ଅଗଷ୍ଟମାସ ଶେଷ ସୁଦ୍ଧା ସମ୍ପନ୍ନ କରିବାକୁ ଜିଲ୍ଲାପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା