ଛତ୍ରପୁର ସହରରେ ଟ୍ରାଫିକ ସମସ୍ୟା ଅସମ୍ଭାଳ: ଜିଲ୍ଲା ପୋଲିସ ପ୍ରଶାସନ କରୁଛି କ’ଣ ?…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ସହର ମହକୁମାରେ ବିଭିନ୍ନ ନାମରେ ବ୍ୟାଙ୍କ ଗୁଡାକ ମେଇନରୋଡ଼ ଉପରେ ଠିଆ ହୋଇଛି । କଲ୍ୟାଣ ମଣ୍ଡପ ସପିଙ୍ଗମହଲ ବିଭିନ୍ନ ବ୍ୟବସାୟମାନ ଗଢିଉଠିଛି । ରାସ୍ତା କଡରେ ଠେଲା ଦୋକାନ ପ୍ରବଳ ଭାବରେ ଗଢି ଉଠିଛି ସେମାନଙ୍କ ଚାହିଦା ସନ୍ଧ୍ୟା ହେଲେ ଭିଡ଼ ଭିତରେ ଗାଡି ପାର୍କିଙ୍ଗ ଯେଉଁଠି ସେଇଠି ମନ ଇଚ୍ଛା ଭାବରେ ରାସ୍ତା ଉପରେ କଡରେ ଠିଆ ହେବାର ପରିଲିକ୍ଷିତ ହେଉଛି । ବ୍ୟାଙ୍କ, ସପିଙ୍ଗ ମହଲ, ହୋଲସେଲ, ହୋଟେଲ, କଲ୍ୟାଣ ମଣ୍ଡପ, ବ୍ୟବସାୟ ପରି ସଂସ୍ଥା ମାନଙ୍କରେ ନିଜ ପାର୍କିଙ୍ଗ ବ୍ୟବସାୟ ନ କରି ସମସ୍ତେ ବାଧ୍ୟ ହୁଅନ୍ତି ରାସ୍ତା ଉପରେ ଗାଡି ରଖିବା ପାଇଁ ବିଶେଷ କରି ଦାସିରି ଜଗନ୍ନାଥ ମନ୍ଦିର ସନ୍ଟୁଗଳି, ନୀଳକଣ୍ଠ ମନ୍ଦିର ସାହି, ଠାକୁରାଣୀ ମନ୍ଦିର ସାହି, ହାଇସ୍କୁଲ ରୋଡ଼ ଏହି ତିନି ସାହି ସରୁଗଳି ଅଟେ । ଏହି ତିନି ଗଳିରେ କଲ୍ୟାଣୀ ମଣ୍ଡପ ବହୁଳ ବ୍ୟବସାୟ ପ୍ରତିଷ୍ଠା ମାନ ଅଛି ଅଧିକାଂଶ ସମୟରେ ଟ୍ରାଫିକ ଭିତରେ ଫସି ରହି ଲୋକେ ବହୁ ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି । ବଡ଼ ବଜାର ମଝି ବଜାର ପୁରା ରିକାପଲ୍ଲୀ ପର୍ଯ୍ୟନ୍ତ ଏପରି ଟ୍ରାଫିକ ସମସ୍ୟା ଅବ୍ୟବସ୍ଥାର ପାର୍କିଙ୍ଗ ଦେଖିବାକୁ ମିଳେ । ଲୋକଙ୍କ ପାଇଁ ଚଲା ରାସ୍ତା ଥିଲେ ମଧ୍ୟ ବାଧ୍ୟ ହୋଇ ଲୋକେ ଗାଡି ମଟର ଚାଲିବା ରାସ୍ତାରେ ଲୋକେ ଚଲା ରାସ୍ତା କରିଛନ୍ତି । କାରଣ ଚଲା ରାସ୍ତା ଦୋକାନୀ ମାନଙ୍କର କବଜାରେ, ଚାରି ଚକିଆ କବଜାରେ ଦୋକାନ ମାନଙ୍କରେ କମ ଜିନିଷ ରଖି ଦାଣ୍ଡକୁ ବେଶୀ ଜିନିଷ ଦେଖେଇ ରଖିଥାନ୍ତି । ପନିପରିବା, ଫଳ ଦୋକାନ ସେହି ରାସ୍ତା କଡରେ ମାର୍କେଟ ଛାଡି ଜନଗହଳି ରାସ୍ତାରେ ବିକ୍ରି କରିଥାନ୍ତି । ଫାଷ୍ଟ ଫୁଡ ଖୋଲା ମେଲାରେ ଧୂଳି ପଡ଼ିଥିଲେ ମଧ୍ୟ ଲୋକମାନେ ଆଖି ବୁଜି ଭିଡ଼ ଜମେଇ ଖାଇଥାନ୍ତି । ସେହି ଠେଲା ଗାଡି ଦୋକାନ ମାନଙ୍କୁ ସ୍ୱତନ୍ତ୍ର ଗୋଟିଏ ଜାଗାକୁ ନେଇ ପ୍ରଦୂଷଣ ମୂକ୍ତ ଥିବା, ଜାଗା ଓ ସାଇ ଥିବ ସେଠାରେ ଠେଲା ଦୋକାନମାନ ଖୋଲିଲେ ସହରର ଟ୍ରାଫିକ ମୁକ୍ତ ହୋଇପାରିବ । ସାପ୍ତାହିକ ହାଟ ମଧ୍ୟ ଜନପୂର୍ଣ୍ଣ ରାସ୍ତା ଉପରେ ତା ଭିତରେ ବଡ଼ ବଡ଼ ଗାଡି ଚଳପ୍ରଚଳ ହେଉଥିବାରୁ ବିପଦ ମଧ୍ୟ ଝୁଲୁଥାଏ । ଟ୍ରାଫିକ ଏପରି ସୃଷ୍ଟି ହୁଏ ଏପଟ ସେପଟ ଲୋକ ଗାଡି ମାଳ ମାଳ ହୋଇ ବହୁ ସମୟ ଖସ୍ତି ବନ୍ଧ ପାଟିକୁ ଶୀତଳ ଭଣ୍ଡାରରେ ରଖିଛନ୍ତି । ସୂଚନା ଥାଉ କି ୨୦୧୩ ମସିହା ପୂର୍ବ ଜିଲ୍ଲା ପ୍ରଶାସନ ନିଜ ଇଚ୍ଛା ଶକ୍ତି ପ୍ରକୋଟ କରି ଛତ୍ରପୁର ସହରର ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ପାର୍କିଙ୍ଗ ଜୋନ ସକାଶେ ଚିହ୍ନଟ କରିଗଲେ । କିଛି ଦିନ ମଧ୍ୟରେ ଜିଲ୍ଲାପାଳ ଡ଼. କିଶନ କୁମାର ଭୁବନେଶ୍ୱର ଚାଲିଗଲେ ପାର୍କିଙ୍ଗ ଜୋନ କାମଟି ସ୍ଥଗିତ ହୋଇଗଲା । ପୁର୍ନବାର ଛତ୍ରପୁର ବୃକ୍ଷ ରୋପଣ କମିଟି ସଦସ୍ୟ ଏସପି ଆଶିଷ କୁମାର ସିଙ୍ଗଙ୍କୁ ଭେଟି ଛତ୍ରପୁରର ଟ୍ରାଫିକ ଏବଂ ପାର୍କିଙ୍ଗ ଜୋନ ବିଷୟରେ ଅବଗତ କରାଇଥିଲୁ ଏବଂ ଲିଖିତ ମେମୋରାଣ୍ଡିମ ମଧ୍ୟ ଦେଇଥିଲୁ । ପରବର୍ତ୍ତୀ ସମୟରେ କିଛି ହେଲା ନାହିଁ । ଏପରି ଆଜକୁ ବହୁ ବର୍ଷ ହେଲା ଅବ୍ୟବସ୍ଥା ଟ୍ରାଫିକ ସମସ୍ୟା ଭିତରେ ଗତି କରୁଛି । ବଡ଼ ବଜାର ଠାରୁ ରିକାପଲ୍ଲୀ ଚକ ପର୍ଯ୍ୟନ୍ତ ଖସ୍ତୀ ଉପରେ ଯେଉଁଠି ଇଚ୍ଛା ଦୁଇ ଚକିଆ ଚାରି ଚକିଆ ଦଶ ଚକିଆ ଗାଡି ବହୁ ସମୟ ପାଇଁ ଠିଆ କରି ରାସ୍ତାରେ ବିଭ୍ରାଟ ସୃଷ୍ଟି କରୁଛନ୍ତି ? ମଣିଷ ସୁରକ୍ଷିତ ନୁହଁ ଯେପରି ବେପରୁଆ ଗାଡି ଚଲାଇଥିବା ଜନଗହଳି ଖସ୍ତିରେ ? ଆଜିକାଲି ପ୍ରତ୍ୟେକ ବ୍ୟବସାୟ ପ୍ରତିଷ୍ଠାନ ବଢ଼ିବାରେ ଲାଗିଛି । ଜିଲ୍ଲା ପ୍ରଶାସନ ଟିକେ ଟ୍ରାଫିକ ପାର୍କିଙ୍ଗକୁ ସଜାଡି ଦେଲେ ସହର ସୁନ୍ଦର ଲାଗିବ ଟ୍ରାଫିକ ସମସ୍ୟା ସୁଧୁରିବ । ଏଥିରେ ଏନଏସି ପ୍ରଶାସନ ଆଗୁଆ ହୋଇ ଅଣ୍ଟା ଭିଡ଼ିଲେ କାର୍ଯ୍ୟଟି ସୁରୁଖୁରୁରେ ହୋଇ ପାରିଥାନ୍ତା ବୋଲି ସହରବାସୀ ବୁଦ୍ଧିଜୀବୀଙ୍କ ମତ ପ୍ରକାଶ ପାଇଥିବା ଜଣାପଡ଼ିଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା