ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ସାନିଟାଇଜ୍ ଯନ୍ତ୍ର ସ୍ଥାପନ କଲେ ଜିଲ୍ଲାପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାକୁ ଏ ଯାଏଁ କରୋନା କବଳରୁ ଦୂରେଇ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯେଉଁ ସବୁ ପଦକ୍ଷେପ ନିଆଯାଇଛି ଜନସାଧାରଣ ସବୁ ପଦକ୍ଷେପକୁ ସମର୍ଥନ ଜଣାଇ ଆସିଛନ୍ତି । କେବଳ ସେତିକି ନୁହେଁ ବରଂ ସଦା ସର୍ବଦା ନିଜ ସାଧ୍ୟମତେ ସହାୟତା ଯୋଗାଇ ଦେବାକୁ ପଛାଇ ନାହାଁନ୍ତି । ଆଜି ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଏକ ସ୍ୱୟଂକ୍ରିୟ ସଂପୂର୍ଣ୍ଣ ଶରୀର ସାନିଟାଇଜ୍ କରିବା ନିମନ୍ତେ ଏକ ଯନ୍ତ୍ର ସ୍ଥାପନା କରାଯାଇଛି । ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମାନଙ୍କୁ ସଂକ୍ରମଣରୁ ରକ୍ଷା ପାଇଁ ଏହା ସହାୟକ ହେବ ବୋଲି ସୂଚନା ମିଳିଛି । ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟରେ ସାନିଟାଇଜେସନ ମିଶିନ କାର୍ଯ୍ୟକ୍ଷମ ହୋଇଛି । ଏହା ସମ୍ପୂର୍ଣ୍ଣ ଅଟୋମେଟିକ ସାନିଟାଇଜେସନ ମିଶିନ ବୋଲି ଜଣାପଡିଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ଅଟୋମେଟିକ ସାନିଟାଇଜେସନ ମିଶିନ ସ୍ଥାପନକୁ ଉଦଘାଟନ କରି କରୋନା ରୋଗୀଙ୍କ ପାଇଁ ଲୋକାର୍ପଣ କରିଛନ୍ତି । ଏହି ସମୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଉପସ୍ଥିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ରୋଟାରୀ କ୍ଲବ ସଦସ୍ୟ ତଥା ଛତ୍ରପୁର ବ୍ଳକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡୀ, ରୋଟାରୀ କ୍ଲବ ସଭାପତି ନିରଞ୍ଜନ ପାତ୍ର, ପ୍ରସନ୍ନ ପତି, ପ୍ରଫୁଲ୍ଲ ପଟ୍ଟନାୟକ, କେ. ବାସୁଦେବ ରାଓ, ସୁରଜିତ ସାମନ୍ତରାୟ, ଏସ୍ ରେଖା ମହାନ୍ତି, ଭି ତ୍ରିନାଥ ରାଓ, ପି ଚନ୍ଦ୍ର ଶେଖର, କୀର୍ତ୍ତି ମହାପାତ୍ର, ବିଘ୍ନେଶ୍ୱର ରଥ ଓ ଧୀରେନ୍ଦ୍ର ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା