ଛତ୍ରପୁର ବାଇପାସ୍ କଲେଜ ଛକରେ ଦୁର୍ଘଟଣା : ୫ ଆହତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବାଇପାସ୍ କଲେଜ ଛକ ନିକଟସ୍ଥ ଜାତୀୟ ରାଜପଥରେ ଏକ ଅଟୋକୁ ଧକ୍କା ଦେଲା ଏକ ବସ । ଯାହାଫଳରେ ଅଟୋ ଡ୍ରାଇଭରଙ୍କ ସମେତ ୫ ଜଣ ଗୁରୁତର ହୋଇଥିବା ଜଣାପଡିଛି । ସେମାନଙ୍କୁ ଛତ୍ରପୁର ମେଡିକାଲରେ ଭର୍ତି କରାଯାଇଥିବା ଜଣାଯାଇଛି । ସୂଚନା ଅନୁଯାୟୀ ଝାଡ଼ଖଣ୍ଡ ଅଂଚଳରୁ ଜେଏଚ୦୫ବିଜି-୪୬୭୮ ନମ୍ବର ଏକ ଯାତ୍ରୀ ବୋଝେଇ ବସ୍ ବାଙ୍ଗାଲୋର ଅଭିମୁଖେ ଯାଉଥିବାବେଳେ ପୁରୁଷୋତମପୁର ନିକଟ ଆଚୁଲି ଗ୍ରାମର ଓଡି୦୭ଆର-୬୦୦୨ ନମ୍ବର ଯାତ୍ରୀ ବୋଝେଇ ଅଟୋ ଛତ୍ରପୁର ଅଭିମୁଖେ ଆସୁଥିଲା ସେହି ସମୟରେ ସ୍ଥାନୀୟ କଲେଜ ଛକ ନିକଟ ଜାତୀୟ ରାଜପଥରେ ବସ୍ ଧକ୍କା ଦେଇଥିଲା ଅଟୋକୁ । ଯାହାଫଳରେ ଅଟୋରେ ବସିଥିବା ଯାତ୍ରୀମାନେ ଗୁରୁତର ଅବସ୍ଥାରେ ତଳେ ପଡ଼ିଯାଇଥିଲେ । ଗୁରୁତରମାନଙ୍କୁ ଛତ୍ରପୁର ଥାନା ପୋଲିସ ପହଂଚି ଚିକିତ୍ସା ନିମନ୍ତେ ପଠାଇଥିଲେ । ଗୁରୁତର ହୋଇଥିବା ବ୍ୟକ୍ତି ମାନେ ଆଚୁଲି ଗ୍ରାମର ଅଟୋ ଡ୍ରାଇଭର ଅନିଲ କୁମାର ବେହେରା, କେଂଚୁ ବେହେରା (୪୫), ତାଙ୍କ ସ୍ତ୍ରୀ ଦମୟନ୍ତୀ ବେହେରା (୪୦), ବିଷ୍ଣୁ ବେହେରା (୪୫), ପୁନିଆ ବେହେରା ବୋଲି ଜଣାପଡ଼ିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା