ଛତ୍ରପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତି ପୂରଣ ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଛତ୍ରପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରିଷ୍ଠ ନେତା ତଥା ରାଜ୍ୟ ଅନୂସୁଚିତ ଜାତି ସେଲ ସଂଯୋଜକ ଭାଗୀରଥୀ ବେହେରାଙ୍କ ନେତୃତ୍ଵରେ ଅଦିନିଆ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କୁ କ୍ଷତି ପୂରଣ ପ୍ରଦାନ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଲଗାଣ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କୁ ଏକର ପିଛା ପଚିଶି ହଜାର ଟଙ୍କା ସହାୟତା ରାଶି, ଭାଗଚାଷୀ ଓ ଚାଷୀମାନଙ୍କ କୃଷି ଋଣ ଛାଡ ଓ ଆଗାମୀ ରବି ଫସଲ ପାଇଁ କୃଷକମାନଙ୍କୁ ସହାୟତା ପ୍ରଦାନ କରିବା ପ୍ରମୁଖ ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ବ୍ଲକ ସଭାପତି ଏନ. ଗଣେଶ ରେଡ୍ଡି, ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନର ଗଞ୍ଜାମ ଜିଲ୍ଲା ପ୍ରଭାରୀ ବିସ୍ମୟ ମହାପାତ୍ର, ରାଜୀବ ଗାନ୍ଧୀ ପଞ୍ଚାୟତ ଛତ୍ରପୁର ବ୍ଲକ ସଭାପତି ଟି. କ୍ରିଷ୍ଣା ରେଡ୍ଡି, ଗଞ୍ଜାମ ନଗର ସଭାପତି ବୁଲୁ ରେଡ୍ଡି, ସମ୍ପାଦକ ଟୁନା ଶତପଥୀ, ଆଇନ୍ ଜୀବୀ ବାବୁ ନାହକ, ଯୁବ ନେତା ଏନ. କୁନା ରେଡ୍ଡି, ଭବାନୀ ବେହେରା, ଛାତ୍ର ନେତା ମହେଶ କୁମାର ଗୌଡ଼, ଛାତ୍ର କଂଗ୍ରେସ ଜିଲ୍ଲା ସମ୍ପାଦକ ଚକ୍ରପାଣି ପଲାଇ, ମୁନା ଦାସ, ପର୍ଶୁରାମ ପରିଡା ପ୍ରମୁଖ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା