ଅବକାରୀ ବିଭାଗ ପକ୍ଷରୁ କୋଭିଡ ଯୋଦ୍ଧାଙ୍କୁ ସମ୍ମାନାର୍ଥେ ନୀରବ ପ୍ରାର୍ଥନା ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ ଯୋଦ୍ଧାଙ୍କ ସମ୍ମାନ ନିମନ୍ତେ ବିଭିନ୍ନ ଥାନା ଏବଂ କାର୍ଯ୍ୟାଳୟ ପରିସରରେ ନୀରବ ପ୍ରାର୍ଥନା ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ଅବକାରୀ ବିଭାଗର କାର୍ଯ୍ୟାଳୟ ପରିସରରେ ମଧ୍ୟ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ସେମାନଙ୍କ ଅମର ଆତ୍ମାର ସଦଗତି ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହାସହିତ କୋଭିଡ ଯୋଦ୍ଧାମାନେ ବର୍ତ୍ତମାନ କଠିନ ପରିସ୍ଥିତିରେ ନିଜର କର୍ତ୍ତବ୍ୟ କରି ଜରୁରୀ ସେବା ଯୋଗାଇ ଦେଉଛନ୍ତି । ତେଣୁ ଏମାନଙ୍କୁ ସମସ୍ତେ ସମ୍ମାନ ଜଣାଇବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି ମତପ୍ରକାଶ ପାଇବା ସହ ଶପଥ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା