ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜୟନ୍ତୀ ପାଳିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ଭାରତର ବୀର ସନ୍ତାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜୟନ୍ତୀ ପାଳନ କରିବା ସହ ଛତ୍ରପୁର ନୀଳକଣ୍ଠେଶ୍ଵର ସାହି ଓ ଷ୍ଟାଡିୟମ୍ ନିକଟରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ଅନୂସୁଚିତ ଜାତି ସଂଯୋଜକ ଭାଗୀରଥୀ ବେହେରା, ପୂର୍ବତନ ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡି, ୨୦ ନଂ ଜୋନ୍ କଂଗ୍ରେସ ଜିଲାପରିଷଦ ପାର୍ଥି ଡି. ରାମସ୍ୱାମୀ ରେଡ୍ଡି, କଂଗ୍ରେସ ନେତା କାଳିଆ ରାଉଳ, ଆଇନ୍ ଜୀବୀ ବାବୁ ନାହକ, ଯୁବ ନେତା ବଳିଆ ବେହେରା, ପୂର୍ବତନ ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ସୁବୋଧ ସୁମନ ସ୍ୱାଇଁ, ଛାତ୍ର ନେତା ମହେଶ କୁମାର ଗୌଡ଼, ଛାତ୍ର କଂଗ୍ରେସ ଜିଲ୍ଲା ଉପସଭାପତି ରାକେଶ ଆଚାର୍ଯ୍ୟ, ଜିଲ୍ଲା ସମ୍ପାଦକ ଚକ୍ରପାଣି ପଲାଇ, ମୁନା ଦାସ୍, ଟି. ସୂର୍ଯ୍ୟ ନାରାୟଣ, ଭେଙ୍କଟେଶୂର ରେଡ୍ଡି ପ୍ରମୁଖ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା