ଛତ୍ରପୁର ଏନ୍ଏସି ବିରୁଦ୍ଧରେ ପରିବା ବ୍ୟବସାୟୀମାନଙ୍କ ଅସନ୍ତୋଷ : ୨୪ ଘ. ମଧ୍ୟରେ କେବିନ ଖାଲି କରିବା ପାଇଁ ନୋଟିସ…

ଛତ୍ରପୁର (ସମୃଦ୍ଧ ଓଡିଶା) ୨୦୧୦ ମସିହାରେ ଛତ୍ରପୁର ଗାର୍ଲସ୍ ହାଇସ୍କୁଲ ରୋଡ ମାଛ ମାର୍କେଟ ନିକଟରେ ଥିବା ପରିବା ବ୍ୟବସାୟୀ ଉଠାଦୋକାନୀ ମାନଙ୍କୁ ବିଆରଜିଏଫ୍ ଫୋଣ୍ଡରୁ ବେଣ୍ଡିଙ୍ଗ ଜୋନ ନିର୍ମାଣ କରି ଥଇଥାନ କରାଯିବ ବୋଲି ଭିତ୍ତିପ୍ରସ୍ତର ସ୍ଥାପନ କରି ଶୁଭ ଦିଆଯାଇଥିଲା । ହେଲେ ଆଜି ଯାଏଁ ସେ କଥାକୁ ଛତ୍ରପୁର ଏନ୍ଏସି ଭୁଲିଗଲାଣି । ହେଲେ ଆଜି ପୁଣି ଆଜି ଦୀର୍ଘ ଦଶବର୍ଷ ପରେ ଯେତେବେଳେ କଛି ପରିବା ବ୍ୟବସାୟୀମାନଙ୍କୁ ସେହି ଜାଗାରୁ କେବିନ ଗୁଡିକ ଖାଲି କରିବା ପାଇଁ ନୋଟିସ ଆସିଥିବା ବେଳେ ସେମାନଙ୍କୁ ଥଇଥାନ ପାଇଁ ମଧ୍ୟ ଏନ୍ଏସି କୌଣସି ଜାଗା ନିରୁପଣ ନକରି ବହୁତ ସ୍ୱଳ୍ପ ସମୟ ଭିତରେ ଖାଲି କରିବା ପାଇଁ ସମୟ ଦେଇଥିବାରୁ ଏ କଥା ଆଜି ସାଧାରଣରେ ବ୍ୟବସାୟୀମାନଙ୍କ ମଧ୍ୟରେ ଚର୍ଚା ହୋଇଛି । ଏକଥାକୁ ନେଇ ବ୍ୟବସାୟୀକମାନେ ଛତ୍ରପୁର ଏନ୍ଏସି ଓ ତହସିଲଦାରଙ୍କ ନିକଟରେ ଫେରାଦ ହୋଇଥିଲେ । କିଛି ଦିନ ତଳେ ଛତ୍ରପୁର ଗାର୍ଲସ୍ ହାଇସ୍କୁଲ ରୋଡ ପାର୍ଶ୍ବରେ ପରିବା ବିକ୍ରି କରୁଥିବା କ୍ଷୁଦ୍ର ଉଠାଦୋକାନୀ ପରିବା ବ୍ୟବସାୟୀମାନଙ୍କୁ କୋଭିଡ୍ କଟକଣା ଲାଗି ବିକ୍ରି କରିବାକୁ ବାରଣ କରାଯାଇଥିବାରୁ ସେମାନେ ଏକତ୍ରିତ ହୋଇ ଛତ୍ରପୁର ଏନ୍ଏସି ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଧାରଣା ସ୍ଥଳରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ବୁଝାସୂଝା କରି ସେମାନଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିବାରୁ ବ୍ୟବସାୟୀକମାନେ ଫେରିଯାଇଥିଲେ । ଏ ଘଟଣାକୁ ବେଶୀଦିନ ପୂରିନଥିବା ବେଳେ’ ପୁଣି ଗତକାଲି ଛତ୍ରପୁର ଏନ୍ଏସି ଗାର୍ଲସ୍ ହାଇସ୍କୁଲ ରୋଡ ପାର୍ଶ୍ବରେ ପନିପରିବା ଷ୍ଟୋକ ରଖୁଥିବା କେବିନ ଗୁଡିକୁ ୨୪ ଘ. ଭିତରେ ଖାଲି କରିବା ପାଇଁ ଉକ୍ତ କେବିନ ଗୁଡିକରେ ନୋଟିସ ଲଗାଯାଇଥିଲେ। । ଏହା ଫଳରେ ଆଜି ସକାଳେ ପନିପରିବା ବ୍ୟବସାୟୀମାନେ ବିଚଳିତ ହୋଇପଡିଥିଲେ । ସାଙ୍ଗେ ସାଙ୍ଗେ ସମସ୍ତେ ତହସିଲଦାରଙ୍କ ନିକଟକୁ ପହଞ୍ଚିଥିଲେ । ସେମାନେ ଅଭିଯୋଗ କରିଥିଲେ ଯେ ୨୦୧୦ ମସିହାରେ କଂଗ୍ରେସର ଟି.ଲକ୍ଷ୍ମୀ ଅଧ୍ୟକ୍ଷ ଓ ବସନ୍ତ ବେହେରା ଉପାଧ୍ୟକ୍ଷ ଥିବା ବେଳେ ସେମାନଙ୍କ ପାଇଁ ନୂତନ ଭାବେ ବେଣ୍ଡିଙ୍ଗ ଜୋନ ନିର୍ମାଣ କରି ଦିଆଯିବ ବୋଲି ଶୁଭ ଦିଆଯାଇଥିଲା । କାଳକ୍ରମେ ଛତ୍ରପୁର ଏନ୍ଏସି ର ଅନ୍ୟ ଜାଗାରେ ଥିବା ଦୋକାନୀ ମାନଙ୍କୁ ଏବେ ନୁତନ ଭାବେ ବେଣ୍ଡିଙ୍ଗ ଜୋନ ତିଆରି କରି ଦିଆଯାଉଥିବା ବେଳେ ଆଜି ଆମକୁ ଖାଲି କରିବା ପାଇଁ ନୋଟିସ ଦିଆଯାଉଛି । ଆମ କଥାକୁ କେହି ପ୍ରଧାନ୍ୟ ଦେଉନାହାନ୍ତି । କେବେ ଏଇଠେ କେବେ ସେଇଠେ ବିକିବା ପାଇଁ କୁହାଯାଉଛି । ବିଭିନ୍ନ ସମୟରେ ବାରଣ ମଧ୍ୟ ହେଉଛି । ଏଭଳି ହଇରାଣ କଲେ ଆମେ ଗରିବ ଲୋକ କୁଆଡେ ଯିବୁ କେମିତି ବଞ୍ଚିବୁ । ଆମକୁ ପ୍ରଥମେ ଥଇଥାନ କରାଯାଉ ତାପରେ ଆମକୁ ବିସ୍ଥାପିତ କରାଯାଉ ବୋଲି ଦାବି କରି ଦୁଃଖ ପ୍ରକାଶ କରିଥିଲେ । ହେଲେ ତହସିଲଦାର ସେମାନଙ୍କୁ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିବା ପାଇଁ ଜଣାଇଥିଲେ । ସେମାନେ ଛତ୍ରପୁର ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ୍. ଗଣେଶ ବାବୁଙ୍କ ପାଖେ ଫେରାଦ ହେବା ପରେ ସେ କୌଣସି ପ୍ରକାର ସହଯୋଗ କରିପାରିବେ ନାହିଁ ବୋଲି ରୋକଠକ ମନା କରି ଦେଇଥିବା ଜଣାପଡିଛି । କେବିନ ସେହି ଜାଗାରୁ କାଲିସୁଦ୍ଦା ସ୍ଥାନାନ୍ତରଣ ନହେଲେ ଏନ୍ଏସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣାପଡିଛି । ହେଲେ ଏହାକୁ ନେଇ ସ୍ଥାନୀୟ ଜନସାଧାରଣ ଓ ବ୍ୟବସାୟୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢିଥିବା ଜଣାପଡିଛି । ଆସନ୍ତାକାଲି ଏହାରି ବିରୁଦ୍ଧରେ ଛତ୍ରପୁରର ସମସ୍ତ ପନିପରିବା ବ୍ୟବସାୟୀମାନେ ଆନ୍ଦୋଳନ କରିବା ପାଇଁ ସଜବାଜ ହେଉଥିବା ମଧ୍ୟ ଜଣାପଡିଛି । ଏମ ଲାଚନା ରେଡି, ଆର. ନାଗା ରେଡି, ଏମ୍ . ବାବୁ, ବି.ବାବୁରାଓ, ଡି .ନାଗାର୍ଜୁନ, ସୀମାଞ୍ଚଳ ସହୁ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା