ଛତ୍ରପୁର ଉପଖଣ୍ଡରେ ସର୍ବାଧିକ ରାଜସ୍ୱ ଆଦାୟ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଉପଖଣ୍ଡରେ ସର୍ବାଧିକ ରାଜସ୍ୱ ଆଦାୟ ହୋଇଥିବା ସୂଚନା ମିଳିଛି l ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କ ଠାରୁ ପ୍ରାପ୍ତ ହୋଇଥିବା ଖବର ଅନୁଯାୟୀ ୨୦୨୦-୨୧ ଆର୍ଥିକ ବର୍ଷରେ ଛତ୍ରପୁର ଉପଖଣ୍ଡ ସରକାରୀ ଧାର୍ଯ୍ୟ ଠାରୁ ଅଧିକା ରାଜସ୍ୱ ଆଦାୟ କରି ନିଜ ଚରମ ପରାକାଷ୍ଠା ପ୍ରଦର୍ଶନ କରିଅଛି l ଉପଖଣ୍ଡର ସମସ୍ତ ରାଜସ୍ୱ କର୍ମଚାରୀ ନିଜ ନିଜ ଦାୟିତ୍ୱ ସୁଚାରୁ ରୂପେ ପାଳନ କରି ଏହି ଲକ୍ଷ୍ୟ ହାସଲ କରିଛନ୍ତି l ଗତ ଆର୍ଥିକ ବର୍ଷରେ ସର୍ବମୋଟ ୧୯ କୋଟି ରାଜସ୍ୱ ଆଦାୟର ଧାର୍ଯ୍ୟ ହୋଇ ଥିବାବେଳେ ୨୯,୯୨,୦୦,୦୦୦ ରାଜସ୍ୱ ଆଦାୟ ହୋଇପାରିଛି l ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଏବଂ ଚୋରା ଚାଲାଣ କରୁଥିବା ଅଭିଯୋଗରେ ୨୦୨୦-୨୧ଆର୍ଥିକ ବର୍ଷରେ ୧୩୭୩ ଗୋଟି ଟ୍ରାକ୍ଟର, ୨୬୪ ଗୋଟି ଟ୍ରକ, ୨୧ଗୋଟି ଜେସିବି ଜବତ କରାଯାଇ ସର୍ବମୋଟ ୫,୬୫,୦୦,୦୦୦ ଆଦାୟ କରାଯାଇଛି l ତନ୍ମଧ୍ୟରୁ ଛତ୍ରପୁର ତହସିଲ ୬୨,୬୩,୦୦୦, ଗଞ୍ଜାମ ତହସିଲ ୮୬,୮୨,୦୦୦, ହିଞ୍ଜିଳି ତହସିଲ ୧,୪୨,୨୮,୦୦୦, କବିସୂର୍ଯ୍ୟନଗର ତହସିଲ ୪୧,୪୦,୦୦୦, ଖଲିକୋଟ ତହସିଲ ୪୭,୬୨,୦୦୦, କୋଦଳା ତହସିଲ ୫୯,୭୭,୦୦୦, ପୋଲସରା ତହସିଲ ୨୪,୦୭,୦୦୦ ଏବଂ ପୁରୁଷୋତ୍ତମପୁର ତହସିଲ ୧,୦୦,୫୬,୦୦୦ ଟଙ୍କା ଆଦାୟ କରିଛନ୍ତି l ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ୫ଟି କାର୍ଯ୍ୟକ୍ରମ ଅନୁଯାୟୀ ୭୩୧୪୧ଜଣ ଉପଭୋକ୍ତା ଅନଲାଇନ ମାଧ୍ୟମରେ ୧,୨୯,୦7୭,୦୦୦ ଟଙ୍କା ଖଜଣା ବାବଦରେ ପୈଠ କରିଛନ୍ତି l ଏହି ଆର୍ଥିକ ବର୍ଷରେ ସର୍ବମୋଟ ୫୪୮୦୦ରୁ ଉର୍ଦ୍ଧ ରାଜସ୍ୱ ମାମଲା ଫଇସଲା କରାଯାଇଛି l ସେଥିମଧ୍ୟରୁ ୮୪୦୦ ଗୋଟି ଗ୍ରମକଣ୍ଠ ପଟା ଉପଭୋକ୍ତାମାନଙ୍କୁ ପ୍ରଦାନ କରାଯାଇଛି l ଗତ ଆର୍ଥିକ ବର୍ଷରେ ଛତ୍ରପୁର ଉପଖଣ୍ଡର ଧାର୍ଯ୍ୟ ଲକ୍ଷ ଠାରୁ ଅଧିକ ରାଜସ୍ୱ ଆଦାୟ ପାଇଁ ସମସ୍ତ ତହସିଲଦାର ଏବଂ ସମସ୍ତ ରାଜସ୍ୱ କର୍ମଚାରୀ ମାନଙ୍କୁ ପ୍ରଶଂସା କରିଥିଲେ ଏବଂ ୨୦୨୦-୨୧-୨୨ ଆର୍ଥିକ ବର୍ଷରେ ସେହି ପରମ୍ପରା ବଜାୟ ରହିବ ବୋଲି ଶ୍ରୀ ପୃଷ୍ଟି ଆଶା ରଖିଥିବା କହିଛନ୍ତି l