ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ବୈଠକ : ପ୍ରତିମାସ ସଂକ୍ରାନ୍ତିରେ ଦୋକାନ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ଚୁଡାନ୍ତ…

ଛତ୍ରପୁର (ସମୃଦ୍ଧ ଓଡିଶା) ବୁଧବାର ଅପରାହ୍ନ ସଂଧ୍ୟାରେ ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ କାର୍ଯ୍ୟକାରୀଣି କମିଟି ସଦସ୍ୟମାନଙ୍କୁ ନେଇ ଛତ୍ରପୁର ଅପରବସଷ୍ଟାଣ୍ଡ ନିକଟସ୍ଥ ପରିବା ମାର୍କେଟ ପାଖେ ସଂଗଠନିକ କାର୍ଯ୍ୟପନ୍ଥାକୁ ନେଇ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହେବା ସହ ପ୍ରତି ମାସ ସଂକ୍ରାନ୍ତିରେ ଛତ୍ରପୁର ଅଞ୍ଚଳର ସମସ୍ତ ପରିବା ବିକ୍ରି ବନ୍ଦ ରହିବା ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ଏହି ବୌଠକରେ ସଂଘ ସଭାପତି ପୂର୍ବତନ ବିଧାୟକ ନାରାୟଣ ରେଡି, ଉପସଭାପତି ଇଜୁ ଅମିନ ଖାନ, ସମ୍ପାଦକ ଲଛମନ ରେଡି, ଶ୍ରମିକ ନେତା ସାଲ କ୍ରୀଷ୍ଣା, ଶିବ ସାହୁ, ନାଗା ରେଡି, କୃଷ୍ଣ ବେହେରା, ରିନା ପଣ୍ଡା, ବୁଲି ରେଡି ଓ ଶିବାନନ୍ଦ ବେହେରା ପ୍ରମୁଖ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଚୁଡାନ୍ତ କରାଯାଇଥିଲା ବୋଲି ଛତ୍ରପୁର ଉଠାଦୋକାନୀ ସଂଘର ଉପ-ସଭାପତି ଇଜୁ ଆମିନ ଖାନ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା