ଛତ୍ରପୁର ଅଞ୍ଚଳ କିଆଫୁଲ କମିଟି ପକ୍ଷରୁ ଜରୁରୀ ବୈଠକ : ଫୁଲ ପିଛା ୧୨ ଟଙ୍କାରୁ ୨୦ ଟଙ୍କାକୁ ବୃଦ୍ଧି ନିଷ୍ପତି

ବ୍ରହ୍ମପୁର(ସମୃଦ୍ଧଓଡିଶା)ଶୁକ୍ରବାର ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଆଗ୍ରାହାରମ ଗ୍ରାମ ନିକଟସ୍ଥ ସ୍ବପ୍ନେଶ୍ବର ମନ୍ଦିର ପ୍ରାଙ୍ଗଣରେ ଏସ୍ ଲାଛମେୟା ରେଡି ଙ୍କ ଅଧ୍ୟକ୍ଷତାରେ ଆଗ୍ରାହାରମ କିଆଫୁଲ କିମିଟି ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟତଃ କିଆଫୁଲର ନୁତନ ଦର ଧାର୍ଯ୍ୟ ଓ କିଆଫୁଲ ସଂପର୍କୀତ ଅନ୍ୟାନ୍ୟ ଆନୁସାଙ୍ଗିକ ସମସ୍ୟା ନେଇ ଆଲୋଚନା ହୋଇଥିଲା । ଏଥିରେ ବିଭନ୍ନ ଗ୍ରାମର ଗ୍ରାମ୍ୟ କମିଟି , ମଧ୍ୟସ୍ଥି ବ୍ୟବସାୟୀ, କିଆଫୁଲ ଚାଷୀ ଓ ଭାଟି ମାଲିକ ମାନଙ୍କୁ ନେଇ ଏକ ସରଗରମ ଆଲୋଚନା ହୋଇଥିଲ ବହୁ ବାଦବିବାଦ ପରେ ଚାଷୀଙ୍କ ଦାବିକୁ ଅଗ୍ରଅଧିକାର ଦେଇ କମିଟି କିଆଫୁଲ ର ନୁତନ ଦର ଧାର୍ଯ୍ୟ କରିଥିଲେ କିଆଫୁଲ ପିଛା ୧୨ ଟଙ୍କାରୁ ବୃଦ୍ଧି କରି ୨୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା ବୋଲି କମିଟି ସମ୍ମତି ପ୍ରକାଶ କରିଛି । ଏହି ବୈଠକରେ ସଭାପତି ଅମର ବେହେରା, ଉପସଭାପତି ବି .ଗୈରେୟା ପାତ୍ର, ସଂପାଦକ ନିରଞ୍ଜନ ପ୍ରଧାନ, କୋଷାଧ୍ୟକ୍ଷ କେ. କୁସୁମା ରାଓ , ଚାଷୀ ଏମ୍. ଚେହ୍ନେୟା , ବି. ଜାଗା ରାଓ, ବି. ମୋହନା ପାତ୍ର, ଡି. କ୍ରୀଷ୍ଣା ରାଓ, ଏସ୍. ମାଙ୍ଗଲେୟା , ବି. ଧର୍ମା ପାତ୍ର, ପି . କେଷା ରାଓ ଓ ପି. ଗୋବିନ୍ଦା ରାଓ ପ୍ରମୁଖ ଉପସ୍ଥିତ ରହି ବୈଠକରେ ଅଂଶଗ୍ରହଣ କରିଥିଲେ।

ରିପୋର୍ଟ : ରଜତ ପଟ୍ଟନାୟକ