ଛତ୍ରପୁରରେ ସମ୍ବିଧାନ ପ୍ରଣେତା ବି ଆର ଆମ୍ବେଦକରଙ୍କ ୬୪ତମ ମହାପରି ନିର୍ବାଣ ଦିବସ ପାଳନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଛତ୍ରପୁର ସହରରେ ବହୁଜନ କ୍ରାନ୍ତି ମୋର୍ଚା, କ୍ରାନ୍ତି ଯୁବ ଛାତ୍ର ସଂଗଠନ, ଦଳିତ ପ୍ରତିଷ୍ଠାନ ଓ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଏ ଦେଶର ସମ୍ବିଧାନ ପ୍ରଣେତା ବାବା ସାହେବ ଡ. ବି ଆର ଆମ୍ବେଦକରଙ୍କ ୬୪ ତମ ମହାପରି ନିର୍ବାଣ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଆଜି ଛତ୍ରପୁର ଅପରବସଷ୍ଟାଣ୍ଡ ନିକଟରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଲୋୟର ବସଷ୍ଟେଣ୍ଡ ଠାରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବହୁଜନ କ୍ରାନ୍ତି ମୋର୍ଚା ଜିଲ୍ଲା ସଭାପତି ସୁମା ଦାସ, କ୍ରାନ୍ତି ଯୁବ ଛାତ୍ର ସଂଗଠନର ସଭାପତି ଇଜୁ ଅମିନ ଖାନ, ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଅବନି ଗୟା, ଜୀବନ ଜୀବିକା ପରିବେଶ ସୁରକ୍ଷା ମଞ୍ଚ ପକ୍ଷରୁ ଗୁରୁଦେବ ବେହେରା, ଲିଙ୍ଗରାଜ ନାୟକ ପ୍ରମୁଖ ଉପସ୍ଥିତ ରହି ବାବା ସହେବ ବି ଆର ଆମ୍ବେଦକରଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅଂଶ ଗ୍ରହଣ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା