ଛତ୍ରପୁରରେ ଶୀତତାପ ନିୟନ୍ତ୍ରିତ ଷ୍ଟାଇଲ ବଜାର ଖୋଲିଲା:ଗ୍ରାହକ ଉତ୍ସାହିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଛତ୍ରପୁର ମୁଖ୍ୟ ବଜାରରେ ଏକ ବଡ ଧରଣର ଷ୍ଟାଇଲ ବଜାରର ଶୁଭ ଆରମ୍ଭ ହୋଇଛି । ଷ୍ଟାଇଲ ବଜାରର ଏହା ହେଉଛି ଏକ ଶାଖା । ମେନରୋଡ଼ରେ ଥିବା ଏହି ଷ୍ଟାଇଲ ବଜାରକୁ ରାମ ମୋହନ ରାଓଙ୍କ ସହ ଧରମଣୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସରପଞ୍ଚ ଏସ. ଚକ୍ରପାଣି ରେଡ୍ଡୀ, ରୁଇନା ପଟ୍ଟନାୟକ, ରାଜେନ୍ଦ୍ର ପଲେଇ, ପୁଲିନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଷ୍ଟାଇଲ ବଜାରର ନିର୍ଦ୍ଦେଶକ ଭଗବାନ ପ୍ରସାଦ, ସୁମିତ ଅଗ୍ରୱାଲ, ରାଜେନ୍ଦ୍ର ଗୁପ୍ତା, ରିଟେଲର ହେଡ଼ ଶିବ ପ୍ରସାଦ ଦେ, ଏରିୟା ମେନେଜର ସାନ୍ତୁନୁ ହୋତା ଓ ସୁଶାନ୍ତ ବାଗ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଛତ୍ରପୁରଠାରେ ଏହିଭଳି ଏକ ଶୀତତାପ ନିୟନ୍ତ୍ରିତ ଷ୍ଟାଇଲ ବଜାର ସୋରୁମ ଖୋଲିଥିବାରୁ ଏହି ଅଞ୍ଚଳର ଜନସାଧାରଣଙ୍କ ମନରେ ଖୁସି ପରିଲକ୍ଷିତ ହୋଇଛି । ଏହିଭଳି ଓ ଏହାକୁ ମିଶାଇ ୬ଟି ରାଜ୍ୟରେ ୬୧ ତମ ଶାଖା ଖୋଲା ଯାଇଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା