ଛତ୍ରପୁରରେ ଚାଲିଥିବା ପୂର୍ବାଞ୍ଚଳ ଜାତୀୟ ଖୋ-ଖୋ ଚମ୍ପିୟାନସିପ୍ ର ଦ୍ୱିତୀୟ ଦିବସରେ ୧୮ଟି ଲିଗ ମ୍ୟାଚ ….

ଛତ୍ରପୁର(ସମୃଦ୍ଧ ଓଡିଶା)ଜିଲ୍ଲା ପ୍ରଶାସନର ସହାୟତାରେ ଜିଲ୍ଲା ଆର୍ଥଲେଟିକ୍ ଆସୋସିଏସନ ଓ ଓଡିଶା ଖୋ-ଖୋ ଆସୋସିଏସନର ମିଳିତ ଆନୁକୂଲ୍ୟରେ ସର୍ବ ଭାରତୀୟ ପୂର୍ବାଞ୍ଚଳ  ୨୨ତମ ସନିୟର  (ବାଳକ/ବାଳିକା) ବର୍ଗର ଦିବାରାତ୍ର  ଖୋ-ଖୋ ଚମ୍ପିୟାନସିପ  ଶୁକ୍ରବାର ଦିନ ଠାରୁ ଛତ୍ରପୁର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଶନିବାର ଆଜି ଦ୍ୱିତୀୟ ଦିନରେ ଓଡିଶା ସମେତ ଆସାମ,ବିହାର , ଝାଡଖଣ୍ଡ,ମଧ୍ୟପ୍ରଦେଶ. ମଣିପୁର, ନାଗାଲାଣ୍ଡ,ସିକିମ୍ , ତ୍ରିପୁରା ଓ ପଶ୍ଚିମ ବଙ୍ଗ ଆଦି ରାଜ୍ୟର ଉଭୟ ବାଳକ /ବାଳିକା ଦଳ ମଧ୍ୟରେ  ଆଜି ଦିନ ଓ ରାତ୍ରରେ ମିଳିତ ଭାବେ ୧୮ ଗୋଟି   ଲିଗ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଦିବାରେ  ୧୧ଟି  ଲିଗ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ରାତ୍ରରେ ୭ଟି ଲିଗ୍ ମ୍ୟାଚ ଅନୁଷ୍ଠିତ ହୋଇଥିଲ।। ପ୍ରଥମ ଦିବସ ଓ ଦିବସରେ ସମୁଦାୟ ୨୮ଟି ଲିଗ ମ୍ୟାଚ ହୋଇଥିବା ଜଣାପଡିଛି । ଆଜି ଦିବାରେ ଅନୁଷ୍ଠିତ ୧୧ଟି ଲିଗ ମ୍ୟାଚରେ  ପଶ୍ଚିମବଙ୍ଗ ସହ ମଣିପୁର (ବାଳକ) ଦଳ ମଧ୍ୟରେ ମ୍ୟାଚ ହୋଇଥିବା ବେଳେ  ପଶ୍ଚିମବଙ୍ଗ ୨୦-୬ ପଏଣ୍ଟରେ ବିଜୟୀ ହୋଇଥିଲା । ସେହିପରି  ଓଡିଶା  ସହ ବିହାର  (ବାଳିକା) ଦଳ ମଧ୍ୟରେ ମ୍ୟାଚ ହୋଇଥିବା ବେଳେ ଓଡିଶା ୨୦-୨ ପଏଣ୍ଟରେ ବିଜୟୀ ହୋଇଥିଲା ।  ଝାଡଖଣ୍ଡ ସହ ନାଗାଲାଣ୍ଡ (ବାଳକ) ଦଳ ମଧ୍ୟରେ ମ୍ୟାଚ ହୋଇଥିବା ବେଳେ ଝାଡଖଣ୍ଡ ୧୮-୯ ପଏଣ୍ଟରେ ବିଜୟୀ ହୋଇଥିଲା । ଆସାମ ସହ ତ୍ରିପୁରା (ବାଳକ) ଦଳ ମଧ୍ୟରେ  ମ୍ୟାଚ ହୋଇଥିବା ବେଳେ  ଆସାମ ୨୦-୧୭ ପଏଣ୍ଟରେ ବିଜୟ  ହୋଇଥିଲା ।  ଓଡିଶା ସହ ବିହାର (ବାଳକ) ଦଳ ମଧ୍ୟରେ ମ୍ୟାଚ ହୋଇଥିବା ବେଳେ ଓଡିଶା ୨୬-୬ ପଏଣ୍ଟରେ ବିଜୟୀ ହୋଇଥିଲା । ପଶ୍ଚିମବଙ୍ଗ ସହ  ଝାଡଖଣ୍ଡ (ବାଳିକା ) ଦଳ ମଧ୍ୟରେ ମ୍ୟାଚ ହୋଇଥିବା ବେଳେ  ପଶ୍ଚିମବଙ୍ଗ ୧୫-୪ ପଏଣ୍ଟରେ ବିଜୟୀ ହୋଇଥିଲା । ଆସାମ ସହ ମଣିପୁର (ବାଳିକା) ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଆସାମ ୯-୭ ପଏଣ୍ଟରେ ବିଜୟୀ ହୋଇଥିଲା । ମଧ୍ୟପ୍ରଦେଶ ସହ ସିକିମ୍ (ବାଳିକା) ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ମଧ୍ୟପ୍ରଦେଶ ୨୦-୧ ପଏଣ୍ଟରେ ବିଜୟୀ ହୋଇଥିଲା । ଝାଡାଖଣ୍ଡ ସହ ମଧ୍ୟପ୍ରଦେଶ (ବାଳକ) ଦଳ ମଧ୍ୟରେ ମ୍ୟାଚ ହୋଇଥିବା ବେଳେ ଝାଡଖଣ୍ଡ ୨୪-୨୩ ପଏଣ୍ଟରେ ବିଜୟ ହାସଲ କରିଥିଲା ।  ବିହାର ସହ ନାଗାଲାଣ୍ଡ (ବାଳକ) ଦଳ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ବିହାର ୧୭-୪ ପଏଣ୍ଟରେ ବିଜୟୀ ହୋଇଥିଲା । ସେହିପରି  ପଶ୍ଚିମବଙ୍ଗ ସହ ଆସାମ (ବାଳକ) ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ପଶ୍ଚିମବଙ୍ଗ ୧୯-୩ ପଏଣ୍ଟ ହାସଲ କରି ବିଜୟୀ ହୋଇଥିବା ଜଣାପଡିଛି । ସେହିପରି ରାତ୍ରରେ ଅନୁଷ୍ଠିତ ୭ଟି ଲିଗ ମ୍ୟାଚରେ  ପଶ୍ଚିମବଙ୍ଗ ସହ  ମଧ୍ୟପ୍ରଦେଶ (ବାଳିକା) ଦଳ ମଧ୍ୟରେ ଅନୁଷ୍ଠିତ ଖେଳରେ ପଶ୍ଚିମବଙ୍ଗ ୧୩-୪ ପଏଣ୍ଟ ହାସଲ କରି ବିଜୟୀ ହୋଇଛି । ମଣିପୁର ସହ ତ୍ରିପୁରା  (ବାଳକ) ଦଳ ମଧ୍ୟରେ ଅନୁଷ୍ଠିତ ଖେଳରେ ମଣିପୁର ୧୪-୧୧ ପଏଣ୍ଟରେ ବିଜୟୀ ହୋଇଛି । ମଧ୍ୟପ୍ରଦେଶ ସହ ନାଗାଲାଣ୍ଡ  (ବାଳକ) ଦଳ ମଧ୍ୟରେ ଅନୁଷ୍ଠିତ ଖେଳରେ  ମଧ୍ୟପ୍ରଦେଶ ୧୯-୧୬ ପଏଣ୍ଟ ହାସଲ କରି ବିଜୟୀ ହୋଇଛି । ଓଡିଶା ସହ  ମଣିପୁର  (ବାଳିକା) ଦଳ ମଧ୍ୟରେ ଅନୁଷ୍ଠିତ ଖେଳରେ ଓଡିଶା ୧୦-୪ ପଏଣ୍ଟରେ ବିଜୟୀ ହୋଇଛି । ଝାଡଖଣ୍ଡ ସହ ସିକିମ (ବାଳିକା) ଦଳ ମଧ୍ୟରେ ଅନୁଷ୍ଠିତ ଖେଳରେ  ଝାଡଖଣ୍ଡ ୧୩-୦ ପଏଣ୍ଟରେ ବିଜୟୀ ହୋଇଛି  ଆସାମ ସହ ବିହାର (ବାଳିକା) ଦଳ ମଧ୍ୟରେ ଅନୁଷ୍ଠିତ ଖେଳରେ ଆସାମ ୧୪-୬ ପଏଣ୍ଟରେ ବିଜୟୀ ହାସଲ କରିଛନ୍ତି । ସେହିପରି  ଓଡିଶା ସହ ମଧ୍ୟପ୍ରଦେଶ  (ବାଳକ) ଦଳ ମଧ୍ୟରେ ଅନୁଷ୍ଠିତ ଖେଳରେ ଓଡିଶା  ୨୦-୫ପଏଣ୍ଟରେ ବିଜୟୀ ହୋଇଥିବା ଜଣାଯାଇଛି । ଏହି ଖେଳ ପ୍ରତିଯୋଗିତାକୁ ଛତ୍ରପୁର ବିଧାୟକ ଉଦଘାଟନ କରିଥିଲେ । ଆଜି ସମସ୍ତ ଲିଗ୍ ମ୍ୟାଚ ସରିଲାପରେ ପୁଲ (ଏ) ପଶ୍ଚିମବଙ୍ଗ (ବାଳକ) ଦଳ ପ୍ରଥମ ହୋଇଥିବା ବେଳେ  ମଣିପୁର (ବାଳକ)  ଦଳ ଦ୍ୱିତୀୟ ସ୍ଥାନ ରହିଥିଲା । ପୁଲ (ବି)  ଓଡିଶା (ବାଳକ)  ଦଳ  ଓଡିଶା ପ୍ରଥମ ସ୍ଥାନ ରହିଥିବା ବେଳେ ଝାଡଖଣ୍ଡ (ବାଳକ ) ଦଳ ଦ୍ୱିତୀୟ ସ୍ଥାନ ରହିଛି । ସେହିପରି  ପୁଲ (ଏ) ଓଡିଶା (ବାଳିକା) ଦଳ ପ୍ରଥମ ସ୍ଥାନ ରହିଥିବା ବେଳେ  ଆସାମ (ବାଳିକା) ଦଳ ଦ୍ୱିତୀୟ ସ୍ଥାନରେ ରହିଛି । ପୁଲ (ବି) ପଶ୍ଚିମବଙ୍ଗ (ବାଳିକା) ଦଳ ପ୍ରଥମ ସ୍ଥାନ ରହିଥିବା ବେଳେ  ଝାଡଖଣ୍ଡ (ବାଳିକା) ଦଳ ଦ୍ୱିତୀୟ ସ୍ଥାନ ରହିଛି ।ଆସାନ୍ତାକାଲି  ରବିବାର ଉଦଯାପନୀ ଉତ୍ସବରେ  ବାଳିକା ବର୍ଗର ପ୍ରଥମ ସେମିଫାଇନାଲ ଓଡିଶା ସହ ଝାଡଖଣ୍ଡର ମୁକାବିଲା ହେବ । ଆସାମ  ସହ ପଶ୍ଚିମବଙ୍ଗ ଦଳ ମଧ୍ୟରେ ଘମାଘୋଟ ମ୍ୟାଚ ଅନୁଷ୍ଠିତ ହେବ । ସେହିପରି ବାଳକ ବର୍ଗର ସେମିଫାଇନାଲରେ  ପଶ୍ଚିମବଙ୍ଗ ସହ  ଝାଡଖଣ୍ଡ ଦଳ  ଏବଂ ମଣିପୁର ସହ ଓଡିଶା ଦଳ ମଧ୍ୟରେ ମୁକାବିଲା ହେବ । ସଂନ୍ଧ୍ୟାରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି । ଆଜି ଦ୍ୱିତୀୟ ଦିବସରରେ ଗଞ୍ଜାମ ଜିଲ୍ଲା ଆର୍ଥଲେଟିକ ଆସୋସିଏସନର  ସଂପାଦକ ଅଶୋକ କୁମାର ସାହୁ,ଛତ୍ରପୁର ଆର୍ଥଲେଟିକ ଆସୋସିଏସନର ସଭାନେତ୍ରୀ   ସୂବର୍ଣ୍ଣମାଳା ବିଷୋୟୀ, ସଂପାଦକ ରୋଟାରୀୟନ ନିରଞ୍ଜନ ପାତ୍ର , ଛତ୍ରପୁର ଆର୍ଥଲେଟିକ ଆସୋସିଏସନର କମିଟି ସଭ୍ୟ  ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ, ଏ.ରାବଣା ରାଓ, ପ୍ରଫୁଲ କୁମାର ପଟ୍ଟନାୟକ,  ଟି.ଚନ୍ଦ୍ର ଶେଖର ରାଓ, ଡି.ଗଣେଷ ରାଓ,  ରାଜେନ୍ଦ୍ର କୁମାର ଦାଶ, ବି.ରାଜୁ ବାବୁ,  ଶ୍ରୀକାନ୍ତ ମହାନ୍ତି, ପ୍ରଶାନ୍ତ କୁମାର ବିଷୋୟୀ,  ସୁନିତା ପାତ୍ର, ଡଃ. ଅନୀତା ମିଶ୍ର , ସରୋଜ କୁମାର ପାଢୀ, ସୁଶାନ୍ତ କୁମାର ନାୟକ,  ବସନ୍ତ କୁମାର ମହାରଣା, ପ୍ରଶାନ୍ତ କୁମାର ମହାରଣା, ଅଟ୍ଟଳ ବିହାରୀ ପଟ୍ଟନାୟକ, ପ୍ରଶାନ୍ତ କୁମାର ବେହେରା , ବାବୁଲି ସାହୁ ସମେତ  ଛତ୍ରପୁର ଆଖ ପାଖ ଅଂଚଳର ବହୁ ବୁଦ୍ଧିଜିବୀ , କ୍ରିଡାବିତ୍ ମାନେ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ।  ରାତ୍ର ସମୟରେ  ଖେଳ ଦେଖିବା ନିମନ୍ତେ ବହୁ ଦର୍ଶକଙ୍କ ଭିଡ ହୋଇ ଥିବାର ଦେଖିବାକୁ ମିଳିଥିଲ।।   ଏହି  ଚମ୍ପିୟାନସିପ ନିମନ୍ତେ କ୍ରୀଡା ପରିଚାଳନାରେ ଅଫିସିଆଲ ଭାବେ ୨୫ ଜଣ ଅମ୍ପାୟର, ରେଫରୀ , ଟାଇମ୍ କିପର, ଆସିଷ୍ଟାଣ୍ଡ ସ୍କୋରର ଏବଂ ଟେବୁଲ ସ୍କୋରର ରହିଥିବା ବେଳେ ଏମାନଙ୍କୁ ସହଯୋଗ କରିବା ନିମନ୍ତେ  ୫୦ଜଣ କ୍ରୀଡା ଶିକ୍ଷକ ମଧ୍ୟ ସାମିଲ ଅଛନ୍ତି ।ଏହି  ତିନିଦିନିଆ ଚମ୍ପିୟାନସିପରେ ଓଡିଶା ସମେତ ଆସାମ,ବିହାର , ଝାଡଖଣ୍ଡ,ମଧ୍ୟପ୍ରଦେଶ. ମଣିପୁର,  ନାଗାଲାଣ୍ଡ, ସିକିମ୍ , ତ୍ରିପୁରା ଓ ପଶ୍ଚିମ ବଙ୍ଗ ରାଜ୍ୟର ଉଭୟ ବାଳକ ଓ ବାଳିକା  ଦଳ  ଅଂଶ ଗ୍ରହଣ କରି ଛନ୍ତି । ଏହି ଚମ୍ପିୟାନସିପ୍  ଫେବୃୟାରୀ ୧ ଠାରୁ ୩ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିିତ ହେବ ।   

ରିପୋର୍ଟ : ଜିଲ୍ଳା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା