ଚେନ୍ନାଇରେ ଫସି ରହିଥିବା ଜଳେଶ୍ୱରର ୫୦ରୁ ଉର୍ଦ୍ଧ୍ୱ ଓଡିଆ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଦାବୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାଇବଣିଆ ଥାନା ଅଧିନ ଦକ୍ଷିଣ ପ୍ରହରାଜପୁର ପଂଚାୟତର ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଯୁବକ ଦାଦନ ଖଟିବା ପାଇଁ କେରଳ ଯାଇଥିଲେ । ମାତ୍ର କରୋନା ମହାମାରୀ ପାଇଁ ଗତ ମାର୍ଚ୍ଚମାସ ୨୩ ତାରିଖ ଦିନ ସେମାନେ ନିଜ ଘର ଅଭିମୁଖେ ଆସିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ଗତ ୨୨ତାରିଖ ଦିନ ସମଗ୍ର ଭାରତବର୍ଷରେ ଜନତାକଫ୍ୟୁ ଯୋଗୁଁ ସେମାନେ କେରଳରୁ ଆସି ଚେନ୍ନାଇରେ ପହଞ୍ଚିବା ପରେ ଟ୍ରେନ୍ ବନ୍ଦ ଯୋଗୁଁ ସେଠାରେ ଫସିରହିଛନ୍ତି । ଚେନ୍ନାଇ ନିକଟସ୍ଥ କାନ୍ନାଫରଫିଡଲ କମ୍ୟୁନିଟି ସେଷ୍ଟରରେ ସେମାନେ ଆଶ୍ରୟ ନେଇଛନ୍ତି । ଲକ୍‌ଡାଉନ୍ ଯୋଗୁଁ ସେମାନେ ବାହାରକୁ ବାହାରି ପାରୁ ନ ଥିବାରୁ ପାଖରେ ଥିବା ଟଙ୍କା ସରିଯାଇଥିବାରୁ ଭୋକରେ କାଳାତିପାତ କରୁଛନ୍ତି ବୋଲି ଖବର ମିଳୁଛି । ଆସନ୍ତା ୧୪ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍ ବ୍ୟବସ୍ଥା ଯୋଗୁଁ ସେମାନଙ୍କ ଅବସ୍ଥା କଣ ହେବ ସେ ନେଇ ରାଜ୍ୟ ସରକାର ଓ ସମ୍ପୃକ୍ତ ଜିଲ୍ଲାପ୍ରଶାସନ ଚିନ୍ତା କରିବା ଉଚିତ ବୋଲି ବୁଦ୍ଧିଜୀବୀ ମାନେ ମତ ଦେବା ସହ ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯିବାକୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଲେଶ୍ୱର ଜିଲାପ୍ରଶାସନ ନିକଟରେ ଗୁହାରୀ କରିବା ସଂଗେ ସଂଗେ ସେଠାରୁ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା