ଚିନ୍ମୟୀ କ୍ଲାସିକ୍ ପକ୍ଷରୁ ସଙ୍ଗୀତ ସନ୍ଧ୍ୟାରେ ” ସ୍ତବକ” ପରିବେଷିତ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଶହିଦ ନଗର ସ୍ଥିତ ଚିନ୍ମୟୀ କ୍ଲାସିକ୍ ସଂସ୍ଥା ତରଫରୁ ମଙ୍ଗଳବାର ଦିନ ରବିନ୍ଦ୍ର ମଣ୍ଡପ ଠାରେ ସଭାନେତ୍ରୀ ପ୍ରଭାତି କର ଓ ଅନୁଷ୍ଠାନର ସମସ୍ତ ଗୁରୁମାନଙ୍କ ମିଳିତ ଆନୁକୂଲ୍ୟରେ ଏକ ସାଂସ୍କୃତିକ ସଂଧ୍ୟା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏଚ୍ଓୟୁଡି, ଜାଗା ମିଶନର ପରାମର୍ଶଦାତା ଶାଶ୍ଵତୀ ମିଶ୍ର, ଓସିଏନ୍ଏର ସମ୍ପାଦକ ପ୍ରବୋଧ ରଥ, ବରିଷ୍ଠ ମର୍ଦ୍ଦଳ ବାଦକ ଗୁରୁଶ୍ରୀ ଧନେଶ୍ୱର ସ୍ବାଇଁ, ବରିଷ୍ଠ ଓଡ଼ିଶୀ ନୃତ୍ୟ ଶିଳ୍ପୀ ରତିକାନ୍ତ ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରରେ ଗୁରୁ ସୁଜାତା ମହାପାତ୍ର, ଗୁରୁ ସଙ୍ଗୀତା ପଣ୍ଡା, ଗୁରୁ ପ୍ରଣତୀ ମହାନ୍ତିଙ୍କୁ “ସ୍ତବକ କଳା ସମ୍ମାନ” ୨୦୨୩ରେ ସମ୍ମାନିତ କରାଯାଇଥିଲା। ବରିଷ୍ଠ ସଙ୍ଗୀତ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ଗୁରୁ ସଙ୍ଗୀତା ପଣ୍ଡା ଓଡ଼ିଶୀ ସଙ୍ଗୀତ ପରିବେଷଣ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିବା ବେଳେ ନୃତ୍ୟଗୁରୁ ସୁଜାତା ମହାପାତ୍ର ଓ ଗୁରୁ ପ୍ରଣତୀ ମହାନ୍ତି ମନ ମୁଗ୍ଧକର ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ଗୁରୁ ବିଜୟ କୁମାର ଦାସ ଓ ଡଃ ଚିନ୍ମୟୀ କର ଯୁଗଳ ନୃତ୍ୟ, ଶ୍ରୀୟା ମିଶ୍ର ଓ ସାଇ ପ୍ରାର୍ଥନାଙ୍କ ଓଡ଼ିଶୀ ନୃତ୍ୟ ସମସ୍ତଙ୍କୁ ଆକର୍ଷିତ କରିଥିଲା। କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ମହିଳାମାନେ ଦାଣ୍ଡିଆ ନୃତ୍ୟ ପରିବେଷଣ କରିଥିଲେ। ଶିଷ୍ୟାମାନଙ୍କ ଦ୍ବାରା ପରିବେଷିତ ଓଡ଼ିଶୀ ନୃତ୍ୟ ସମସ୍ତଙ୍କୁ ଆତ୍ମ ବିଭୋର କରିଥିଲା।

ରିପୋର୍ଟ : ରଜତ କୁମାର ମହାପାତ୍ର