ଚିତ୍ରକରଙ୍କୁ ଚାଉଳ ବଣ୍ଟନ କଲେ ଆଇନଜୀବି ତଥା କଂଗ୍ରେସ ନେତା ପୀତବାସ ପଣ୍ଡା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କରୋନା କାରଣରୁ ସମାଜରେ ଜୀବିକା ହରାଇଥିବା ବିଭିନ୍ନ ବର୍ଗର ଲୋକଙ୍କୁ ନିଜସ୍ୱ ବ୍ୟକ୍ତିଗତ ଉଦ୍ୟମରେ ଗୋଟିଏ ଗୋଟିଏ ଚାଉଳ ବସ୍ତା ବଣ୍ଟନ କରି ଆସୁଥିବା ବ୍ରହ୍ମପୁର ସହରର ଜଣାଶୁଣା ଆଇନଜୀବି ତଥା କଂଗ୍ରେସ ନେତା ପୀତବାସ ପଣ୍ଡା l ଆଜି ପୁଣି ସହରରେ ରଙ୍ଗତୁଳୀ ଚିତ୍ରକରଙ୍କୁ ଚାଉଳ ବଣ୍ଟନ କରିଛନ୍ତି l ନିଜର ରଙ୍ଗତୁଳୀ ମାଧ୍ୟମରେ ବିବାହ, ବ୍ରତ, ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ତଥା କାନ୍ଥବାଡ଼ରେ ଚିତ୍ର ଆଙ୍କି ପରିବାର ଚଳାଉଥିବା ଓ ଏହି କରୋନା ମହାମାରୀ ସମୟରେ ଅସୁବିଧାରେ ଥିବା ଏହି ବର୍ଗର ପରିବାରଙ୍କୁ ଗୋଟିଏ ଗୋଟିଏ ୨୫ କେଜିର ଚାଉଳ ବସ୍ତା ବଣ୍ଟନ କରାଯାଇଛି l ଏହା ପୂର୍ବରୁ ଆଇନଜୀବି ଶ୍ରୀ ପଣ୍ଡା ଗରିବ ବ୍ରାହ୍ମଣ, ପୂଜକ, କାମବାଲି ମହିଳା, ଅସହାୟ ବିଧବା, ସ୍ୱାମୀ ପରିତ୍ୟାକ୍ତା ଗରିବ ମହିଳା,ନିଜ ସନ୍ତାନ ମାନଙ୍କ ଦ୍ଵାରା ଅବହେଳିତ ବୃଦ୍ଧା ଓ ବୃଦ୍ଧ, ଧୋବା, ଭଣ୍ଡାରୀ, ମଞ୍ଚ କଳାକାର, ଯାତ୍ରୀବାହୀ ବସର ଖାଲସି ମାନଙ୍କୁ ମଧ୍ୟ ନିଜସ୍ୱ ଉଦ୍ୟମରେ ଚାଉଳ ବଣ୍ଟନ କରି ଆସିଛନ୍ତି l ଏହି କାର୍ଯ୍ୟକ୍ରମରେ ପୀତବାସ ପଣ୍ଡାଙ୍କ ସମେତ ଶ୍ରମିକ ନେତା ସୁଧୀର ମହାରଣା, ଭୋକାଲି ସେଠୀ, ଉଦୟ ପାଣିଗ୍ରାହୀ, ରବି ଅଧିକାରୀ, ରଞ୍ଜନ ତରାଇ, ସୁନିତା ସାହୁ, ଭୀମରାଜୁ ରେଡି, ସନ୍ତୋଷ ପୋଳେଇ, ପ୍ରଶାନ୍ତ ସାହୁ, କୃଷ୍ଣ ମହାପାତ୍ର., ବାଳ କୃଷ୍ଣ ବେହେରା, ପ୍ରଦୀପ ମହାରଣା ସହଯୋଗ କରିଥିଲେ l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା