ଚିଙ୍ଗୁଡିଖୋଲରେ ଆରମ୍ଭ ହେଲା ଦୁର୍ଗାପୂଜା…

ବେଗୁନିଆପଡ଼ା (ସମୃଦ୍ଧ ଓଡିଶା) କୋଭିଡ୍ କଟକଣା ମଧ୍ୟରେ ଆଜି ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ମା ଦୁର୍ଗାଙ୍କ ନବମୀ ପୂଜା । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ସ୍ଥିତ ଚିଙ୍ଗୁଡିଖୋଲ ଗ୍ରାମ ଠାରେ ଦୀର୍ଘ ୬୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ମା’ଙ୍କ ପୂଜା ହେଉଥିବା ବେଳେ ଚଳିତ ବର୍ଷ କରୋନା ଯୋଗୁଁ ପ୍ରଶାସନର ଗାଇଡ୍ ଲାଇନ୍ ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ପୂଜାର ନୀତିକାନ୍ତିଠାରୁ ଆରମ୍ଭ କରି ମୂର୍ତ୍ତି ବିସର୍ଜନ ପର୍ଯ୍ୟନ୍ତ ସବୁକିଛି ନିରାଡ଼ମ୍ବର ହେବ ବୋଲି ପୂଜାକମିଟି ପକ୍ଷରୁ ସୂଚନା ମିଳିଛି । ଚଳିତବର୍ଷ କୋଭିଡ-୧୯ ନିୟମ ଅନୁଯାୟୀ ଦୁର୍ଗାପୂଜା ପାଳନ କରିବାକୁ ନିଷ୍ପତ୍ତି ହୋଇଛି । ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ୪ ଫୁଟ୍‌ର ମୃଣ୍ମୟ ମୂର୍ତ୍ତି ନିର୍ମାଣ ହୋଇଛି । ମଣ୍ଡପର ତିନି ପଟୁ ବନ୍ଦ କରାଯାଇ ପୂଜା କରାଯାଉଛି । ପୂଜା କମିଟି ଦାୟିତ୍ତୂରେ ଥିବା ଫକିର ମୋହନ ରାଉତଙ୍କ ଦ୍ୱାରା ପୂଜା କାର୍ଯ୍ୟ ପରିଚ।ଳିତ ହୋଇଛି ।ଏଥିରେ ପୂଜା କମିଟିର ସମସ୍ତ ମେମ୍ବର ଉପସ୍ଥିତ ଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା