ଚାଲିଲା ଟ୍ରେନ : ଦେଖନ୍ତୁ କେଉଁଠି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଲକଡାଉନ ଆଉ ଦୁଇ ଦିନ ବାକି ରହିଥିବା ବେଳେ ଆଜି ଟ୍ରେନ ଚାଲିବାର ଖବର ଆସି ପହଞ୍ଚିଛି । ହାଇଦ୍ରାବାଦ ଲିଙ୍ଗମପଲ୍ଲୀ ଠାରୁ ଖଟିଆ ଏକ ସ୍ପେଶାଲ ଟ୍ରେନ ୧୨୨୫ ଜଣ ମାଇଗ୍ରାଣ୍ଡ ଶ୍ରମିକକୁ ନେଇ ବାହାରିଛି । ଏହି ଶ୍ରମିକ ମାନଙ୍କୁ ୫୬ ଟି ବସରେ ଲିଙ୍ଗମପଲ୍ଲୀ ଷ୍ଟେସନକୁ ଅଣାଯାଇଥିଲା । ବସରୁ ଓହ୍ଲେଇବା ପରେ ସେମାନେ ସାମାଜିକ ଦୂରତ୍ୱ ବଜାୟ ରଖି ଟିକଟ କ୍ରୟ କରି ଟ୍ରେନରେ ବସିଥିଲେ । ଖାଦ୍ୟ ପୁଡିଆ ଓ ପାଣି ବୋତଲ ସରକାର ଯୋଗାଇ ଦେଇଥିଲେ । ବ୍ୟାପକ ପୋଲିସ ମୁତୟନ ମଧ୍ୟରେ ସେମାନଙ୍କୁ ଜଣେ ପରେ ଜଣକୁ ପ୍ଲଟଫର୍ମ ଭିତରକୁ ଛଡା ଯାଇଥିଲା । ହାଇଦ୍ରାବାଦ ତେଲେଙ୍ଗାନା ରାଜ୍ୟର ରଙ୍ଗାରେଡ଼ି ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ପଞ୍ଚାୟତରାଜ ସଚିବ, ପୋଲିସ ଆଇଜି, ଏଡିଆରଏମଙ୍କ ସମେତ ବହୁ ବଡ ବଡ ଅଧିକାରୀ ଉପସ୍ଥିତ ଥିବା ଖବର ମିଳିଛି । ଆଜି ଭୋର ଭୋର ୫ଟାରେ ଏହି ଟ୍ରେନ ହଟିଆ ଅଭିମୁଖେ ଯାତ୍ରା କରିଥିଲା । ଅଧିକନ୍ତୁ ସୂଚନା ଯୋଗ୍ୟ ଯେ ଲକ୍‌ଡାଉନ୍ ଯୋଗୁଁ ତେଲେଙ୍ଗାନାରେ ଅଟକି ଯାଇଥିବା ପ୍ରବାସୀ ଶ୍ରମଜୀବୀଙ୍କୁ ଝାଡ଼ଖଣ୍ଡ ନେବା ପାଇଁ ଆଜି ସକାଳେ ବସିଥିବା ବୈଠକରେ ନିଷ୍ପତ୍ତି କ୍ରମେ ରେଳ ମନ୍ତ୍ରାଳୟ ଏହି ସ୍ୱତନ୍ତ୍ର ରେଳ ଚଳାଚଳ ପାଇଁ ଅନୁମତି ଦେଇଥିଲେ । ଟ୍ରେନ୍‌ଟି ୨୪ଟି ବଗିରେ ୧୨୨୫ ଜଣ ପ୍ରବାସୀ ଶ୍ରମଜୀବୀଙ୍କୁ ନେଇ ସକାଳେ ବାହାରିଥିଲା । ଅଧିକା ଟ୍ରେନ୍ ନିୟୋଜନ ପ୍ରସଙ୍ଗରେ ଆଜି ନିଷ୍ପତ୍ତି ଗ୍ରହଣ କରାଯାଉଛି । ରାଜସ୍ଥାନ, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଏବଂ ବିହାର ସମେତ କେତେକ ରାଜ୍ୟ ସ୍ୱତନ୍ତ୍ର ରେଳ ଚଳାଚଳ ପାଇଁ କେନ୍ଦ୍ର ଅନୁମତି ଦେଇଛି । ଦେଶର ବିଭିନ୍ନ ପ୍ରଦେଶରେ ଅଟକି ରହିଥିବା ପ୍ରବାସୀ, ଶିକ୍ଷାର୍ଥୀ ଏବଂ ପର୍ଯ୍ୟଟକମାନଙ୍କ ସ୍ୱସ୍ଥାନ ପ୍ରତ୍ୟାବର୍ତ୍ତନ ନିମନ୍ତେ ଆନ୍ତଃରାଜ୍ୟ ପରିବହନ ପାଇଁ ବୁଧବାର ଦିନ କେନ୍ଦ୍ର ସରକାର ଅନୁମତି ଦେଇଥିଲେ । କିନ୍ତୁ, ଏମାନଙ୍କ ପରିବନହ ନିମନ୍ତେ କେବଳ ବସ୍‌କୁ ଅନୁମତି ମିଳିବ ବୋଲି ଗୃହ ମନ୍ତ୍ରାଳୟ କହିଥିଲେ । ଫଳରେ ବସରେ ବହୁ ସଂଖ୍ୟକ ଯାତ୍ରୀ ଯାତାୟାତ କରିବା ସୁବିଧା ନ ଥିଲା । ସେଥିପାଇଁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ଆଜି କେନ୍ଦ୍ର ଅନୁମତି ଦେଲା ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା