ଚାର୍ଟାର୍ଡ ଆକାଉଟାଣ୍ଟ ପରୀକ୍ଷାରେ ସଫଳତାର ସହ ପାସ କଲେ ବ୍ରହ୍ମପୁରର ଜି.ପ୍ରତୀକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅଲ ଇଣ୍ଡିଆ ଚାର୍ଟାର୍ଡ ଆକାଉଟାଣ୍ଟ ପରୀକ୍ଷାରେ ସଫଳତାର ସହ ପାସ କଲେ ବ୍ରହ୍ମପୁରର ଜି.ପ୍ରତୀକ । ସେ ମେଟ୍ରିକ, +୨, ଵିକମ ପରୀକ୍ଷାରେ ମଧ୍ୟ ଭଲ ନମ୍ବର ରଖି ପାସ କରିଥିବାରୁ ଶିକ୍ଷକ ମାନଙ୍କର ପ୍ରିୟ ପାତ୍ର ହୋଇଥିଲେ । ଚାର୍ଟାର୍ଡ ଆକାଉଟାଣ୍ଟ ପରୀକ୍ଷାରେ ପାସ ହେବା କଷ୍ଟ ସାଧ୍ୟ ହୋଇଥିଲେ ମଧ୍ୟ ସେ ଦିଲ୍ଲୀର ଏକ ମାତ୍ର ଜାତୀୟ ଅନୁଷ୍ଠାନ ‘ଆଇସିଡ଼ବ୍ଲ୍ୟଏ’ ରେ ଜଏନ କରି ଅକ୍ଲାନ୍ତ ପରିଶ୍ରମ କରିଥିଲେ ବୋଲି ସମସ୍ତ ସେମିଷ୍ଟାରରେ ପାସ ନମ୍ବର ରଖି ପାସ କରିଥିବା ଜଣାପଡିଛି । ବ୍ରହ୍ମପୁରରୁ ଏହି ବିଦ୍ୟାର୍ଥୀ ପାସ କରିଥିବାରୁ ତାଙ୍କ ସହପାଠୀ ଓ ତାଙ୍କ ପରିବାର ବର୍ଗ କୃତଜ୍ଞତା ଜଣାଇଛନ୍ତି । ପିଲାଦିନରୁ ଜି.ପ୍ରତୀକ ଜଣେ ଅଧ୍ୟବ୍ୟସାୟୀ, ପରିଶ୍ରମୀ ଛାତ୍ର ରୂପେ ପରିଗଣିତ ହୋଇ ଆସିଛନ୍ତି । ବ୍ରହ୍ମପୁରର ଜଣାଶୁଣା ଇଲାଇଟ ଟେଇଲର ମାଲିକ ଜି.ନାଗେଶ୍ୱରଙ୍କ ସେ ଏକମାତ୍ର ପୁତ୍ର ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା