ଚାରି ନୂଆ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ଗଞ୍ଜାମ ଜିଲ୍ଲାର ବରିଷ୍ଠ ସମବାୟବିତ

ବ୍ରହ୍ମପୁର : ଗତ କିଛିଦିନ ତଳେ ରାଜ୍ୟ ସରକାରଙ୍କ ସମସ୍ତ ମନ୍ତ୍ରୀ ମଣ୍ଡଳରେ ଅଦଳ ବଦଳ ହୋଇଥିବା ବେଳେ ବର୍ତମାନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନୂଆ ଚେହେରାକୁ ସାମ୍ନାକୁ ଆଣିଛନ୍ତି ଳ ଏହି ଅବସରରେ କିଛି ଜିଲ୍ଲା ଗୁଡିକକୁ ବାଦ ଦେଲେ ପ୍ରାୟ ବହୁ ଜିଲ୍ଳାରୁ ବିଧାୟକ ମାନଙ୍କୁ ମନ୍ତ୍ରୀ ପଦ ପ୍ରଦାନ କରାଯାଇଛି l ଏହି ଅବସରରେ ଆଜି ମନ୍ତ୍ରୀ ମଣ୍ଡଳରେ ନୂତନ ଭାବେ ନିଯୁକ୍ତି ପାଇଥିବା ଚାରିଜଣ ମନ୍ତ୍ରୀଙ୍କୁ ଗଞ୍ଜାମ ଜିଲ୍ଲର ବରିଷ୍ଠ ସମବାୟ ବିତ ମାନେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି l ସୂଚନା ପ୍ରକାରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ସରକାରଙ୍କ 5ମ ପାଳି ଶାସନର ଦ୍ୱତୀୟ ମନ୍ତ୍ରୀମଣ୍ଡଳ ପୁର୍ନଗଠନ ହୋଇଛି l ରାଜ୍ୟ ସେହିଭଳି ରାଜ୍ୟ ମନ୍ତ୍ରୀମଣ୍ଡଳର ଚାରି ନୁଆଁ ମନ୍ତ୍ରୀ ଯଥାକ୍ରମେ ମାନ୍ୟବର ମନ୍ତ୍ରୀ ତଥା ଗଞ୍ଜାମ ଜିଲ୍ଲାର ଚିକିଟି ବିଧାୟିକା ଶ୍ରୀମତୀ ଉଷା ଦେବୀ, ଅଶୋକ ଚନ୍ଦ୍ର ପଣ୍ଡା, ଅତୁନ ସଭ୍ୟସାଚୀ ନାୟକ ଏବଂ ପୋଲସରା ବିଧାୟକ ଶ୍ରୀ ଶ୍ରୀକାନ୍ତ ସାହୁ ଙ୍କ ଭୁବନେଶ୍ୱର ତାଙ୍କ ବାସ ଭବନରେ ଗଞ୍ଜାମ ଜିଲ୍ଲାର ବରିଷ୍ଠ ସମବାୟବିତ ସନାତନ ସଂଗ୍ରାମ ସିଂହ, କୈଳାଶ ରଣା, ଅଜୁ ମହାରଣା, ସୂର୍ଯ୍ୟ କାନ୍ତ ପରିଡା ପ୍ରମୁଖ ସାକ୍ଷାତ କରିଛନ୍ତି l ଏହି ଅବସରରେ ଚାରି ନୂଆ ମନ୍ତ୍ରୀଙ୍କୁ ପୁଲତୋଡ଼ା ଦେଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞାତ ଜ୍ଞାପନା କରିଛନ୍ତି l

ରିପୋର୍ଟ : ନିମାଇଁ ଚରଣ ପଣ୍ଡା