ଚାଇଲଡଲାଇନ ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ ଉପରେ ଏକ ସପ୍ତାହ ବ୍ୟାପି କାର୍ଯ୍ୟକ୍ରମର ଉଦଯାପନ ଦିବସ ପାଳିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗତକାଲି ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଚାଇଲଡଲାଇନ ଢେଙ୍କାନାଳ ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ ଉପରେ ଏକ ସପ୍ତାହ ବ୍ୟାପି କାର୍ଯ୍ୟକ୍ରମର ଉଦଯାପନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲାପାଳ ଯୋଗଦାନ କରି ବିଭିନ୍ନ ପ୍ରତିଯୋଗିତରାରେ ସଫଳତା ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଏତଦବ୍ୟତୀତ ସ୍ୱଚ୍ଛ ଭାରତ ଅଭିଯାନ ତଥା ସ୍ୱଚ୍ଛତା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଅନୁରାଧା ଗୋସ୍ୱାମୀ, ଉଦୟେନ୍ଦୁ ମିଶ୍ର ନିର୍ଦ୍ଦେଶକ ଶୋଭା, ଗ୍ରାମୀଣ ଜିଲ୍ଲା ସ୍ୱାସ୍ଥ୍ୟ ପରିମଳ ସଂଯୋଜିକା ଶ୍ରୀମତୀ ସରିତା ପତି, ସଂଯୋଜକ ନେହେରୁ ଯୁବକେନ୍ଦ୍ର ରଞ୍ଜିତ ରେଡ୍ଡୀ, ସଖୀ ସଂଯୋଜିକା ସଖୀ, ଚାଇଲଡ ଲାଇନ କେନ୍ଦ୍ର ସଂଯୋଜକ ପ୍ରେମାନନ୍ଦ ଧଳ, ପରାମର୍ଶଦାତ୍ରୀ ଦୀପଶୀଖା ସାମଲ, ଟିମ ସଦସ୍ୟ ସନତ କୁମାର ବେହେରାଙ୍କ ସମେତ ଛାତ୍ର ଅଭିଭାବକ ଏବଂ ଅନ୍ୟାନ୍ୟ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ସ୍ୱଚ୍ଛ ଭାରତ ଅଭିଯାନ ସମ୍ପର୍କରେ ଅଂଶ ଗ୍ରହଣ କରି ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି