କେଶପୁରରେ ଏକ ସମାଜସେବୀ ମହିଳାଙ୍କ ପରଲୋକ…

କେଶପୁର (ସମୃଦ୍ଧ ଓଡିଶା) ବିଶିଷ୍ଟ ସମାଜସେବୀ ଓ ଶିକ୍ଷାବିତ ଦୟାନିଧି ମହାରଣାଙ୍କ ମାତା ତଥା ଶିଳ୍ପୀକାର କଳାକାର ଓ ଶିକ୍ଷାପ୍ରେମୀ ସ୍ୱର୍ଗତ ଚୈତନ୍ୟ ମାହାରଣାଙ୍କର ଧର୍ମ ପତ୍ନୀ ଚନ୍ଦ୍ରଭାନୁ ମହାରଣାଙ୍କ ନବେ ବର୍ଷ ବୟସରେ କେଶପୁର ସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କର ପୁତ୍ର ଦୟାନିଧି ମାହାରଣା, ଭାସ୍କର ମାହାରଣା, ଚକ୍ର ଧର ମାହାରଣା, ପଦ୍ମନାଭ ମହାରଣା ଏବଂ ପୁତ୍ର ବୁଧୁ ଓ ତିନି ଝିଅ ଓ ନାତି ନାତୁଣିମାନେ ଉପସ୍ଥିତ ଥିଲେ । ସ୍ୱର୍ଗତ ଚନ୍ଦ୍ରମା ମହାରଣା ଜଣେ ସମାଜସେବୀ, ପରୋପକାରୀ ତଥା ଧର୍ମ ପରାୟଣ ମହିଳା ଥିଲେ । ତାଙ୍କ ଅନ୍ତିମ ସଂସ୍କାର ପୁରୀ ସ୍ୱର୍ଗଦ୍ୱାର ଠାରେ ସମସ୍ତଙ୍କ ଉପସ୍ଥିତରେ କରାଗଲା । ଏଥିରେ କେଶପୁର ଅଞ୍ଚଳର ମାନିୟ ଗଣ ବେକ୍ତି ତଥା ମହାରଣା ସମାଜର କାର୍ଯ୍ୟକାରି ସଭାପତି ଭାସ୍କର ମାହାରଣା, ସୁବାସ ମାହାରଣା, ଅଭିମନ୍ୟୁ ମହାରଣା, ଦେବରାଜ ମହାରଣା, ସହଦେବ ମହାରଣା ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା