ଘଶାଣି ପଞ୍ଚାୟତ ସମିତି ବୈଠକ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ଘଶାଣି ବ୍ଲକ ସ୍ଥିତ ଶ୍ରୀ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ବୈଠକ ଗୃହରେ ଘଶାଣି ପଞ୍ଚାୟତ ସମିତି କାର୍ଯ୍ୟଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଲକ ଅଧକ୍ଷା ସିଏଚ ତରେକେଶ୍ୱରୀ ସଭାପତିତ୍ୱ କରିଥିବା ବେଳେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇ ବିଭିର୍ଣ ଉର୍ଣ୍ଣାୟନ ମୂଳକ କାର୍ଯ୍ୟ ଉପରେ ସମସ୍ତ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟତ ଘଶାଣି ଠାରେ ଥିବା ଛତୁଆ ଉତ୍ପାଦନକୁ ନେଇ ସିଡିପିଓ ଗୌରୀ ନାୟକଙ୍କୁ ପଂଚାୟତର ବିଭିର୍ଣ ପ୍ରତିନିଧି ମାନେ ପ୍ରଶ୍ନ ପଚାରିଥିଲେ । ଘୋଶାଣୀ ବ୍ଲକରେ ବିଭିର୍ଣ ଉର୍ଣ୍ଣାୟନ ମୂଳକ କାର୍ଯ୍ୟ ସମିତି ଅଧକ୍ଷା ଏକତରଫା ଭାବେ କରୁଛନ୍ତି ବୋଲି ବିଭିନ୍ନ ପ୍ରତିନିଧି ପ୍ରଶ୍ନ ଉଠାଇଥିଲେ । ମୁଖ୍ୟତଃ ବଡ଼କତୁରୁ ଠାରୁ ଏକ ଅଣ୍ଡାମେଣ୍ଟ ଜାଗ ଉପରେ କିପରି ସରକାରୀ ଅନୁଦାନ ଜଣେ ବ୍ୟକ୍ତିଙ୍କ ଦ୍ଵାରା ଖର୍ଚ୍ଚ ହୋଇଛି ତାହା ନେଇ କୋଟଲକୋଇଠାର ସମିତି ସଭ୍ୟ ଭାସ୍କର ବିଶ୍ୱାଳ ପ୍ରଶ୍ନ କରିଥିଲେ । ସେହିପରି ଗତ ତିତିଲି ବାତ୍ୟାରେ ସରକାର ପକ୍ଷରୁ ମିଳିଥିବା ବିଭିନ୍ନ ସହାୟତା ରାଶି ଏବଂ ସହଯୋଗ ବିଭିର୍ଣ ପଞ୍ଚାୟ ସ୍ତରରେ ସଠିକ ଭାବେ ପ୍ରଦାନ କରାଯାଇନଥିବା କୁହାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ଘଶାଣି ବ୍ଲକ ଉପାଧ୍ୟକ୍ଷ ଡିଲେଶ୍ଵର ରାଓ ଜିଲ୍ଲା ପରିଷଦ ସଭ୍ୟ ଜି ଶ୍ରୀଧର ସଭ୍ୟ ବିମଳା ସାମଲ ସମିତି ସଭ୍ୟ ବି ବାଲରାଜୁ ସରପଞ୍ଚ ଏମ କ୍ରିଷ୍ଣା, ଏସ. ବାଲରାଜୁ, ବ୍ଲକ ଉନ୍ନୟନ ଅଧିକାରୀ ସଂଗ୍ରାମ କେଶରୀ ପଣ୍ଡା ପ୍ରମୁଖଙ୍କ ସହ ବିଭିନ୍ନ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା