ଘର ଯୋଗାଇ ଦେବା ପାଇଁ ଦାବୀ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ରଞ୍ଜା ଗ୍ରାମର ନବୀକରଣ ସାହିର ମହୁରୀ ନାୟକଙ୍କ ଘର ଫନି ପରଠାରୁ ଭାଙ୍ଗି ଯାଇଛି ହେଲେ ଆଜି ଯାଏଁ ଘରଟିଏ ତାଙ୍କୁ ମିଳି ପାରି ନାହିଁ । ପ୍ରଶାସନ ତରଫରୁ ତଦନ୍ତ କରି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଘରଟିଏ ଯୋଗାଇ ଦେଇ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ସେ ଭଗବାନଙ୍କ ଉପରେ ଭରସା କରି ନିଜର ପରିବାରକୁ ନେଇ ଏକ ସ୍କୁଲ ଘରେ ବହୁ କଷ୍ଟରେ ଚଳୁ ଛନ୍ତି ବୋଲି କହିଛନ୍ତି । କେବେ ତାଙ୍କର ଘର ମିଳିବ ସେ ଅପେକ୍ଷାରେ ଅଛନ୍ତି । ତେଣୁ ତୁରନ୍ତ ତାଙ୍କୁ ଘର ଯୋଗାଇ ଦେବା ପାଇଁ ଦାବୀ କରାଯାଇଛି ।

ରିପୋର୍ଟ : ଶୁଭମ କୁମାର ପାଣି