ଗ୍ରାସୀମ ଇଣ୍ଡଷ୍ଟ୍ରିଜରେ ମଣ୍ଡଳ ସ୍ତରୀୟ କର୍ମଶାଳା ‘ସୁରକ୍ଷା-କାର୍ଯ୍ୟପନ୍ଥାର ଏକ ଅବିଛିନ୍ନ ଅଙ୍ଗ’ଶୀର୍ଷକ ଉପରେ ଆଲୋଚନା ଚକ୍ର …

ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମ ସହର ସ୍ଥିତ ଗ୍ରାସୀମ ଇଣ୍ଡଷ୍ଟ୍ରି ପରିସରରେ ରାଜ୍ୟ ସରକାରଙ୍କ directorate of factories & boilers, ଆନୁକୂଲ୍ୟରେ ଏକ ମଣ୍ଡଳ ସ୍ତରୀୟ କର୍ମଶାଳାରେ ‘ସୁରକ୍ଷା-କାର୍ଯ୍ୟପନ୍ଥାର ଏକ ଅବିଛିନ୍ନ ଅଙ୍ଗ’ ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହାକୁ ଗଞ୍ଜମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗ ଉଦଘାଟନ କରିବା ସହ କାରଖାନାରେ କାର୍ଯ୍ୟରତ କର୍ମଚାରିମାନଙ୍କ ସମେତ କମ୍ପାନୀର ଚତୁଃର୍ପାଶ୍ଵରରେ ରହିଥିବା ଗ୍ରାମ ଗୁଡିକର ସୁରକ୍ଷା ପାଇଁ ପଦକ୍ଷେପ ନେବା ଦରକାର । ଯାହା ୧୯୮୪ ମସିହା ଭୋପାଲରେ ଯେପରି ଗ୍ୟାସ ଦୁର୍ଘଟଣା ଘଟିଥିଲା ତାହା ଆମ ପାଇଁ ଗୋଟିଏ ଶିକ୍ଷା । ଏହି ଅଭିଜ୍ଞତାରୁ ଆମେ କିପରି ଆମର ସୁରକ୍ଷା କରିପାରିବା ସଦା ସର୍ବଦା ତତ୍ପର ରହିବାକୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଆରଟିଓ ସଞ୍ଜୟ ବିଶ୍ୱାଳ, ରାଜା factories & boilers ଡେପୁଟି ଡ଼ାଇରେକ୍ଟର ମଳୟ କୁମାର ପ୍ରଧାନ, ଗ୍ରାସୀମ ଇଣ୍ଡଷ୍ଟ୍ରିଜର ୟୁନିଟ ହେଡ଼ ଶଶାଙ୍କ ପରିକ, ରାଜ୍ୟ factories & boilers ଡ଼ାଇରେକ୍ଟର ଇଂ. କମଳେନ୍ଦୁ ମହାପାତ୍ର ପ୍ରମୁଖ ତାଙ୍କ ବକ୍ତବ୍ୟରେ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । factories & boilers ଡେପୁଟି ଡ଼ାଇରେକ୍ଟର ଇଂ. ମନୋଜ କୁମାର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ factories & boilers ର ଛତ୍ରପୁର ଜୋନର asst ଡ଼ାଇରେକ୍ଟର ଇଂ. ବିଭୁ ପ୍ରସାଦ । କର୍ଯ୍ୟକର୍ମକୁ ସଂଯୋଜନା କରିଥିଲେ factories & boilers ଭୁବନେଶ୍ୱର ଜୋନର ସହ ନିର୍ଦେଶିକା ଅର୍ଚନା ଦାଶ । ପରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟରେ ଉତ୍କଳ ବିଶ୍ୱ ବିଦ୍ୟାଳୟର ସହକାରୀ ପ୍ରଫେସର ଡ. ମୌସମି ସେଠି, ଦାମୋଜୋନୀ ନାଲୋକ mines & refinpry ଏଜିଏମ ପ୍ରଭାତ କୁମାର ଦାଶ, ଗ୍ରାସୀମ ଇଣ୍ଡଷ୍ତିଜର ରାମ ଡିଏସଏଓ, essarsteetinda ଲିନଟେଡ଼ର jt. ଜିଏମ & head ଡ଼ଃ. କେ.କେ ପଣ୍ଡା, ଗୋପାଳପୁର ଟାଟାଷ୍ଟିଲ ପ୍ରୋଜେକ୍ଟର head (fap) ଜି ଶ୍ରୀନିବାସ, ଗୋପାଳପୁର ପୋଟାର ଏଜିଏମ (environment) ଯୋଗଦେଇ କମ୍ପନୀ କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦାଙ୍କ ସୁରକ୍ଷା ନେଇ ବ୍ୟକ୍ତବ୍ୟ ରଖିଥିଲେ । ସେଣ୍ଟି ଅଫିସର ସୌମ୍ୟଜିତ ଅଧିକାରୀ, ଲୋକ ସମ୍ପର୍କ ଅଧିକାରୀ ପ୍ରବୀଣ କୁମାର ଦାଶ, ସୁଶାନ୍ତ କୁମାର ଦାଶ, ସେଣ୍ଟି ଅଫିସର କୁଶ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା ବିଭିନ୍ନ କମ୍ପନୀ, କାଜୁ ଫ୍ୟାକ୍ଟ୍ରିର ଶତାଧିକ ଅଧିକାରୀ ଯୋଗ ଦେଇଥିଲେ । ଶେଷରେ ସୁରକ୍ଷା ଉପରେ ଏକ ମାଗଡ୍ରିଲ ପ୍ରଦଳିତ ହୋଇଥିଲା ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା