ଗୋବର୍ଦ୍ଧନପୁର ଆଖିଳେଶ୍ୱର କ୍ଲବ ତରଫରୁ ୨୫୦ ଜଣ ଅସହାୟ ବ୍ୟକ୍ତିଙ୍କୁ କମ୍ବଳ ବଣ୍ଟନ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ କୋଟସାହି ଗ୍ରାମ ପଞ୍ଚାୟତର ଅଖିଳେଶ୍ବର କ୍ଲବ ଗୋବର୍ଦ୍ଧନପୁର ପକ୍ଷରୁ ୨୫୦ ଜଣ ଗରିବ ଅସହାୟ ବ୍ୟକ୍ତି ମାନଙ୍କୁ କମ୍ବଳ ବଣ୍ଟନ କରା ଯାଇଛି । ପଞ୍ଚାୟତର କୋଟସାହି, ବଙ୍ଗା, ପାଟଣାସାହି, ଗୋବର୍ଦ୍ଧନପୁର ଗ୍ରାମର ବହୁ ଅସହାୟ ଗରିବ ଲୋକ ମାନଙ୍କର ଅବସ୍ଥାକୁ ଲକ୍ଷ କରି କ୍ଲବ ପକ୍ଷରୁ ସହାୟତା ଯୋଗାଇ ଦିଆ ଯାଇଥିଲା । କ୍ଲବ ପକ୍ଷରୁ ଆୟୋଜିତ ଏହି କମ୍ବଳ ବଣ୍ଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଳେଶ୍ଵର ଆଇଆଇସି ମାନସ କୁମାର ଦେଓ ଯୋଗ ଦେଇ କମ୍ବଳ ବଣ୍ଟନ କରିଥିଲେ ଓ ଅନ୍ୟତମ ଅତିଥିଭାବେ ଗ୍ରାମର ଭଗିରଥ ନାଥ, ଗଦାଧର ନାଥ,ସଦାଶିବ ଜେନା ଓ ଭୂପତି ନାଥ ପ୍ରମୁଖ ବରିଷ୍ଠ ବ୍ୟକ୍ତିମାନେ ଉପସ୍ଥିତ ରହି ଅସହାୟ ବ୍ୟକ୍ତିମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ଲବର ସଭାପତି ତଥା ଗରିବଙ୍କ ସାହା ଭରଷା ସାଜିଥିବା ଶିକ୍ଷକ ହେମନ୍ତ ଜେନାଙ୍କ ନେତୃତ୍ୱରେ ଅନୀଲ ନାଥ, ଅମିତ ନାଥ, ଆଶିଷ ଜେନା, ଗୈାରାଙ୍ଗ ଜେନା, ସଞ୍ଜୟ ନାଥ, ପ୍ରଭାକର ନାଥ, ବସନ୍ତ ଜେନା ପ୍ରମୁଖ ସହଯୋଗ କରିବା ସହିତ ଶୁଖିଲା ଖାଦ୍ୟ ପୁଡ଼ିଆ ବଣ୍ଟନ କରିଥିଲେ ଓ ପ୍ରଥମେ କ୍ଲବ ତରଫରୁ ମୁଖ୍ୟ ଅତିଥିଙ୍କୁ ରାସ୍ତାରୁ ଡାକବାଜି ଦ୍ଵାରା ଆହ୍ବାନ କରି ବଣ୍ଟନ ସ୍ଥାନକୁ ଆଣି ପୁଷ୍ପଗୋଛ ଦେଇ ସମ୍ମାନିତ କରିଥିଲେ ।