ଗୋବରଘଟା ଟର୍ଣ୍ଣାଡୋକୁ ୨୪ ବର୍ଷ ବିତିଲା, ଲୋକାରଣ୍ୟ ସମାଧିପିଠ : ଶୋକାଭିଭୂତ ଗ୍ରାମବାସୀଙ୍କ ସ୍ମୃତିମନ୍ଥନ…

୨୪ ବର୍ଷ ପୂର୍ବର ଚିତ୍ର….

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜକୁ ୨୪ବର୍ଷ ପୂର୍ବେ ଜଳେଶ୍ୱର ବ୍ଲକର ସୁବର୍ଣ୍ଣରେଖା ନଦୀକୂଳ ଗୋବରଘଟା ଗାଁରେ ଟର୍ଣ୍ଣାଡୋ ବହି ଯାଇଥିଲା । ଗାଁରେ ଥିବା ସାଧୁବିନୋଦିନୀ ନୋଡାଲ ୟୁପି ସ୍କୁଲର ୧୪ ଜଣ ଛାତ୍ରଛାତ୍ରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସେହି ଗାଁର ଅନ୍ୟ ୬ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା । ୨୧ ଜଣଙ୍କର ଚିତା ଏ ସମୟରେ ନଦୀଘାଟରେ ଜଳିଥିଲା । ସେହି ଦିନରୁ ସେହି ଗାଁରେ ପ୍ରତିବର୍ଷ ମାର୍ଚ୍ଚ ୨୪ ତାରିଖରେ ସମଗ୍ର ଗାଁଟି ଶୋକାଭିଭୂତ ହୋଇ ଉଠେ । ୨୧ ଜଣଙ୍କ ଲାଗି ସ୍କୁଲ ନିକଟରେ ନିର୍ମାଣ ହୋଇଥିବା ବେଦୀପୀଠ ଲୋକାରଣ୍ୟ ହୁଏ । ଗତକାଲି ବୁଧବାର ମଧ୍ୟ ବିଦ୍ୟାଳୟ ପରିସର ଦୁଃଖରେ ଭାଂଗି ପଡୁଥିବା ବେଳେ ପାଳିତ ହୋଇଥିଲା ଶୋକ ସଭା । ଏବେବି ଭଂଗା ବିଦ୍ୟାଳୟ ସ୍ତୁପଟି ଛିଡା ହୋଇଛି । ଅନ୍ୟପକ୍ଷରେ ମୃତ୍ୟୁବରଣ କରିଥିବା ଛାତ୍ରଛାତ୍ରୀଙ୍କ ପରିବାର ବିଦ୍ୟାଳୟକୁ ନ ଆସି ଯେ ଯାହାର ନିଜଘରେ ଅରନ୍ଧା ଅବାଢ ମଧ୍ୟରେ ଶୋକ ପାଳନ କରିଥିଲେ । ଏବେବି ଯଦୁନାଥ ସୀମାନ୍ତ ଉଚ୍ଚ ବିଦ୍ୟାଳୟ ଓ ସାଧୁବିନୋଦିନୀ ନୋଡାଲ ବିଦ୍ୟାଳୟ ଏକ ପରିସରରେ ରହିଥିଲେ ମଧ୍ୟ ଶ୍ରେଣୀଗୃହର ଅଭାବ ପରିଲକ୍ଷିତ ହେଉଛି । ଘଟଣାରୁ ବଂଚିଯାଇଥିବା ଆଲୋକ ଘୋଷ, ବିଶ୍ୱନାଥ ମହାନ୍ତି, ସଂଜୟ ଘୋଷ, ଗୋପିନାଥ ଘୋଷ, ନରୋତ୍ତମ ଗିରି, ଚନ୍ଦନ କର, ଚୈତନ୍ୟ ଘୋଷ, ମାମି ବାଗ, ଜଗନ୍ନାଥ ପ୍ରଧାନ ଝଡ ବତାସ କିମ୍ବା ଭୂର୍ଣ୍ଣିଝଡ ଆସିଲେ ଭୟରେ ଶୀହରି ଉଠନ୍ତି । ମାଟିତଳୁ କିମ୍ବା ପକ୍କାଘର ତଳୁ ଉପରୋକ୍ତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ତତ୍‌୍‌କାଳୀନ ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ରାଉଳ, ଚକ୍ରଧର ଦେ, ତୁଳସୀ ଦେ, ସୁରେନ୍ଦ୍ର ଜେନା, ସନ୍ୟାସୀ ଦେ, ଝରଣା ସିଂ, ଅଶୋକ ଜେନା, ସାରଦାମଣି ବେହେରା, ଝାଡେଶ୍ୱର ମହାନ୍ତି, ଅହଲ୍ୟାରଣା, ଅନନ୍ଦ ଦାସ, ଚନ୍ଦନ ବେହେରା, ବଳରାମ ପଣ୍ଡା, ସିଦ୍ଧେଶ୍ୱର ରାଉଳ, ଗଣେଶ୍ୱର ରାଉଳ, ମଧୁସୂଦନ ଘୋଷ, ବିଷ୍ଣୁପ୍ରିୟା ଗିରି, ସବିତା ଗିରି, ଦେବବ୍ରତ ସେଠୀ, ପୁଷ୍ପଲତା ପାଳ, ଗୌରୀ ଘୋଷ ଓ ଅବନୀ ମହାନ୍ତିଙ୍କ ପାଇଁ ସ୍କୁଲ ପରିସର ଗମ୍ଭୀର ହୋଇ ଉଠିଥିଲା । କିନ୍ତୁ ଛାତ୍ରଛାତ୍ରୀଙ୍କୁ ଶ୍ରଦ୍ଧ ଦେବାର ବ୍ୟବସ୍ଥା ନଥିବାରୁ ସେମାନଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଆୟୋଜିତ ଶୋକ ସଭାରେ ତପନ ପ୍ରଧାନ, ଓ ଶିଶିର ଭୂୟାଁ ଅଧ୍ୟକ୍ଷତା କରିଥିବା ବେଳେ ରାମକୃଷ୍ଣ ଦତ୍ତ, ଜୟନ୍ତ ଜେନା, ଅମୂଲ୍ୟ ସାହୁ, ଗୋପିନାଥ ଗିରି, ମୂରଲୀ ଘୋଷ, ବିଶ୍ୱହରି ସାହୁ, ଅଜୟ କୁମାର ପଣ୍ଡା, ରମାକାନ୍ତ ସାହୁ, ଅମଳେନ୍ଦୁ ସାହୁ, ରଘୁନାଥ ଘୋଷ, ଅନନ୍ତ ନାୟକ, ଚନ୍ଦ୍ରସେଖର ଆଚାର୍ଯ୍ୟ, ସୁଭେନ୍ଦୁ ପରିଡା, ଭାରତ ମାରାଣ୍ଡି, ଆରତୀ ବିଶ୍ୱାଳ, ସରପଂଚ ବୁଦ୍ଧେଶ୍ୱର ପ୍ରଧାରନ, ଚନ୍ଦନ କର, ବସନ୍ତ ଦାସ, ସୁର୍ଯ୍ୟେନ୍ଦୁ ପାଳ, ଗଜେନ୍ଦ୍ର ସିଂ, ଗୋପିନାଥ ପାଳ, ଦୀନକୃଷ୍ଣ ଗିରି, ଧମିଷ୍ଠା ଗିରି ପ୍ରମୁଖ କୋଭିଦ୍ ଆଇନ୍ ପାଳନ ସହିତ ଶୋକ ସଭାରେ ବକ୍ତବ୍ୟ ରଖିଥିଲେ ।