ଗୋପାଳପୁର ବନ୍ଦର ପକ୍ଷରୁ ଉଦଘାଟିତ ହେଲା ବିଶୁଦ୍ଧ ପାନୀୟ ଏଟିଏମ ଓ ଶିଶୁ ଉଦ୍ୟାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗୋପାଳପୁର ବନ୍ଦର ପକ୍ଷରୁ ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ପଞ୍ଚାୟତର ଟାକିରିଆ ବ୍ରହ୍ମପୁର ଠାରେ ଏକ ବିଶୁଦ୍ଧ ପାନୀୟ ଏଟିଏମ ଓ ଆର୍ଯ୍ୟପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଶିଶୁ ଉଦ୍ୟାନର ଉଦଘାଟନ ହୋଇଯାଇଛି । ଏଥିରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିବା ବେଳେ ଗୋପାଳପୁର ବନ୍ଦରର ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଏବଂ ନିର୍ଦ୍ଦେଶକ କ୍ୟାପଟେନ ସନ୍ଦୀପ ଅଗ୍ରୱାଲ, ଉପ ସଭାପତି (ମାନବ ସମ୍ବଳ) ଅଜୟ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ ଚେୟାରମ୍ୟାନ ଏମ୍ ଧନଞ୍ଜୟ ରେଡ୍ଡି, କଣମଣା ପଞ୍ଚାୟତର ସରପଞ୍ଚ ଏସ୍ ଚକ୍ରପାଣି ରେଡ୍ଡି, ଆର୍ଯ୍ୟପଲ୍ଲୀ ପଞ୍ଚାୟତର ନାଏବ ସରପଞ୍ଚ ପି. ବାବଜୀ, ପ୍ରମୁଖ ଉପସ୍ଥିତ ଥିଲେ । ଗୋପାଳପୁର ବନ୍ଦର ନିକଟସ୍ଥ ଗ୍ରାମ ପଞ୍ଚାୟତ କଣମଣାରେ ବିଶୁଦ୍ଧ ପାନୀୟ ଜଳ ସଙ୍କଟ ଦୂର କରିବା ଉଦ୍ଦେଶ୍ୟରେ ଏହି ଏଟିଏମ ଗ୍ରାମବାସୀଙ୍କ ନିମନ୍ତେ ଉତ୍ସର୍ଗ କରାଯାଇଛି । ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ୟୁରୋକାଫନ୍ସ କମ୍ପାନୀର ଆକ୍ୱାଗାର୍ଡ ବିଶୁଦ୍ଧ ଜଳ ଏଟିଏମ ସ୍ଥାପନ କରାଯାଇଛି । ସେହିପରି ଛାତ୍ରଛାତ୍ରୀ ଏବଂ କୁନି କୁନି ପିଲାଙ୍କ ପାଇଁ ଆର୍ଯ୍ୟପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ନଳ୍ପଚ୍ଛନ ମାନର ଖେଳାଖେଳି ସରଞ୍ଜାମ ଗୁଡିକ ରଖାଯାଇଥିବା ଗୋପାଳପୁର ବନ୍ଦର ପକ୍ଷରୁ ସୂଚନା ମିଳିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା