ଗୋପାଳପୁର ପାନ୍ଥନିବସ ଠାରେ ରଜ ଉତ୍ସବ ଧୁମଧାମରେ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗୋପାଳପୁର ବେଳାଭୂମି ସ୍ଥିତ ପାନ୍ଥନିବସ ଠାରେ ଆଜି ଠାରୁ ଦୁଇ ଦିନ ବ୍ୟାପି ଓଡିଶାର ଗଣପର୍ବ ରଜ ଆରମ୍ଭ ହୋଇଛି । ଆଜି ପହିଲି ରଜରେ ଓଡିଶାର ଗାଁ ଠୁ ସହର ଯାଏ ପିଠା ପଣାର ମହକ ସହିତ ରଜ ପାନ ଓ ଦୋଳିଖେଳ ଜମିଛି । ଆଉ ଦୁଇ ଦିନ ଧରି ସାରା ଓଡିଶାରେ ଏହା ପାଳନ କରାଯାଉଛି । ରଜ ଉପଲକ୍ଷେ ପାନ୍ଥନିବସ ଠାରେ ସୁସଜିତ ରଜ ଦୋଳି ଓ ରଜ କେକ କୁ ସ୍ୱାନୀୟ ପୌର ଉପାଧ୍ୟକ୍ଷ ଶ୍ରୀମତୀ ବି ଉମା ଦେବୀ ରିବନକାଟି ଉଦଘାଟନ କରିଥିଲି ଏଥିରେ ପର୍ଯ୍ୟଟନ ଭାରତ ର ସମ୍ପାଦକ ନାରାୟଣ ମହଙ୍କୁଡ ସ୍ୱାଗତ ଭାଷଣ ଦେଇ ଓଡ଼ିଶାର ଗଣ ପର୍ବ ରଜ ପର୍ବ ପାଳନ ଅବସରରେ କିଛି ମନ୍ତ୍ୟବ୍ୟ ଦେଇଥିଲେ, କାଉନସିଲର ମୋହନ ରାଓ, ନିର୍ମଳା ଖଜୁର, ଜି. ମୋହନ, କ୍ରିଷ୍ଣା, ସମ୍ପଦକ ଗଂଜାମ ଟିଭି ରାଜେଶ ସାହୁ, ଯୋଗ ଦେଇଥିଲେ । ପାନ୍ଥନିବସ ପରିଚାଳକ ସନ୍ତୋଷ କୁମାର ସାମନ୍ତରାୟ, ଓଡିଶା ପର୍ଯ୍ୟଟନ ନିଗମ ଓ ଓଡିଶା ପର୍ଯ୍ୟଟନ ବିଭାଗ ଦ୍ଵାରା ପ୍ରତିବର୍ଷ ହେଉଥିବା ରଜ ପର୍ବକୁ କିପରି ସମସ୍ତ ଅନ୍ତଵାସୀ ପର୍ଯ୍ୟଟକକୁ ଆକୃଷ୍ଟ କରିବ ତା ଉପରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଲୋଚନ ବିଶ୍ୱାଳ, ପ୍ରମୋଦ ସେଟି, ଦିପକ ମର୍ଥ।, ପର୍ଯ୍ୟଟକ ଅରବିନ୍ଦ ଚାଟାର୍ଜୀ,ସୁଶାନ୍ତ ଜେନା,ବିଶ୍ଵ କଲ୍ୟାଣ ମିଶ୍ର ଉପସ୍ଥିତି ରହି କାର୍ଯ୍ୟକ୍ରମକୁ ସମସ୍ତ ପ୍ରକାର ସହଯୋଗ କରିଥିଲେ । କରୋନା ମହାମାରୀର ପ୍ରକୋପ ଯୋଗୁଁ ବିଗତ ଦୁଇ ବର୍ଷଧରି ରଜପର୍ବ ଏକ ପ୍ରକାର ଫିକା ପଡିଥିଲା । ହେଲେ ଚଳିତ ବର୍ଷ କରୋନା ପ୍ରକୋପ ଥମି ଥିବାରୁ ଲୋକେ ଧୂମଧାମରେ ରଜକୁ ପାଳନ କରୁଛନ୍ତି । ଏଥିପାଇଁ ବେଶ୍‍ କିଛି ଦିନ ଆଗରୁ ଲୋକେ ନୂତନ ପୋଷାକ ପତ୍ର କିଣିଥିବାବେଳେ ଏବେ ରଜର ମୁଖ୍ୟ ଆକର୍ଷଣ ସହିତ ଭଳିକି ଭଳି ସୁଆଦିଆ ଖାଦ୍ୟ ପ୍ରସ୍ତୁତି କରୁଛନ୍ତି । ଯଥା କାକରା, ମଣ୍ଡା, ପୋଡପିଠା, ଆଡିଶା, ଅପରିକି ବହୁ ନୂତନ ପିଠା ଓଟିଡ଼ିସି ତରଫରୁ ପ୍ରସ୍ତୁତ କରି ସ୍ୱାନୀୟ ପର୍ଯ୍ୟଟକଙ୍କୁ ବନଠାଯାଇଥିଲା ।ଓଡିଶାର ବିଭିନ୍ନ ଗାଁ ଗହଳରେ ରଜପର୍ବ ଅତ୍ୟନ୍ତ ନିଆରା । ପ୍ରତ୍ୟେକ ଘରେ ପାଳନ ହେଉଥିବା ଏହି ପର୍ବରେ ପିଲା ଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ନୂତନ ବସ୍ତ୍ର ପରିଧାନ କରିଥାନ୍ତି । ବିଶେଷକରି ଯୁବତୀମାନେ ରଜ ପର୍ବକୁ ବେଶି ଉପଭୋଗ କରିଥାନ୍ତି । ନୂତନ ବସ୍ତ୍ର ପିନ୍ଧ ଦଳ ଦଳ ହୋଇ ଯୁବତୀମାନେ ବୁଲାବୁଲି କରିବା ସହିତ ବିଭିନ୍ନ ଦୋଳି, ବାଗୁଡି ଆଦି ଖେଳର ଆୟୋଜନ ହୋଇଥାଏ । ଏହି ତିନି ଦିନ ଯୁବତୀମାନଙ୍କୁ ଘରେ କୌଣସି କାମ କରିବାକୁ ଦିଆଯାଏ ନାହିଁ । ଉପକୂଳ ଓଡିଶାରେ ରଜ ପର୍ବର ପ୍ରଭାବ ଅଧିକ ରହିଥିବାରୁ ଏଥିରେ ସାମିଲ ହେବାପାଇଁ ଦେଶ ବିଦେଶରେ ରହୁଥିବା ଅନେକ ଓଡିଆ ନିଜ ନିଜ ପରିବାର ନିକଟକୁ ଫେରିଛନ୍ତି । ଫଳରେ ଗାଁ ଗହଳ ଉତ୍ସବମୁଖର ହୋଇ ଉଠିଛି । ସହରରେ ମଧ୍ୟ ରଜ ପର୍ବ ଧୂମ୍‍ଧାମ୍‍ରେ ପାଳନ କରାଯାଉଛି । ରଜ ପାନ ପାଇଁ ସହରରେ ଏବେ ବହୁ ସଂଖ୍ୟାରେ ଅସ୍ଥାୟୀ ଦୋକାନ ଖୋଲିଛି । ପାନ ଗୋଟିକର ଦର ୧୦ ଟଙ୍କାରୁ ଆରମ୍ଭ କରି ୫୦ ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ ପାନ କିଣିବାକୁ ଲୋକଙ୍କର ବେଶ୍‍ ଭିଡ ଜମୁଛି । ରାଜ୍ୟ ସରକାର ରଜ ପାଇଁ ଦୁଇଦିନ ଛୁଟି ଘୋଷଣା କରିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା