ଗୋପାଳପୁର ଏନଏସିର ସୌନ୍ଦର୍ଯ୍ୟକୁ ଅସୌନ୍ଦର୍ଯ୍ୟ କରୁଥିବା ଅଭିଯୋଗ …

ଗୋପାଳପୁର (ସମୃଦ୍ଧ ଓଡିଶା) ଗୋପାଳପୁର ଏନଏସି ପକ୍ଷରୁ ବୃକ୍ଷରୋପଣ ୨୮/୮/୨୦୨୦ ତାରିଖରେ ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମ୍ବୃତା କୁଲଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଗୋପାଳପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମା ଶଙ୍କର ସେଠିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଅଞ୍ଚଳରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଡୁଡା ପିଡି ସୁଦାମ ଚରଣ ମଣ୍ଡଳଙ୍କ ଉପସ୍ଥିତିରେ ନଡ଼ିଆ, ଆମ୍ବ, ଲିମ ଏବଂ ବିଭିନ୍ନ ପ୍ରକାର ଔଷଧିୟ ଗୁଣର ଚାରା ରୋପଣ କରାଯାଇଥିଲା । ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ କେବଳ ବୃକ୍ଷ ରୋପଣ କଲେ ହେବନାହିଁ ତାର ରକ୍ଷଣ ବେକ୍ଷଣ କରିବାକୁ ପରାମର୍ଶ ଦେଇଥିଲେ ଏବଂ ଗ୍ରିନ୍ ଏନ୍ ଏସି  କରିବା ପାଇଁ ନିଷ୍ପତି ନେଇ ଥିବା କହିଥିଲେ । ଗୋପାଳପୁର ବିଚକୁ ମଧ୍ୟ ଗ୍ରୀନ ବିଚ୍ କରାଯିବ ବୋଲି କହିଥିଲେ । ଏନ୍ ଏସି ପକ୍ଷରୁ ୧୦୦୦ ମଧ୍ୟରୁ ପ୍ରାୟ ୭୫୦ ଚାରା ରୋପଣ କରାଯାଇଥିଲା । କିନ୍ତୁ ଆଜି କିଛି ଅସାମାଜିକ ବ୍ୟକ୍ତି ବୃକ୍ଷରୋପଣ  ହୋଇଥିବା ୱାର୍ଡ ନଂ୭ରେ  ଲାଗିଥିବା ନଡ଼ିଆ ଗଛ ସହ ସୁରକ୍ଷା ଜାଳି ପ୍ରାୟ ୬୦ ଟିକୁ କାଢି ଫିଙ୍ଗି ଦିଆଯାଇଥିବା ବେଳେ ଏନ୍ ଏସି ମୁଖ୍ୟ ଗେଟ୍ ପାଖରୁ ୩ଟି ନଡ଼ିଆ ଗଛ ନେଇ ଯାଇଥିବା ବେଳେ କଲେଜ ପାଶ୍ୱରେ ଭେଙ୍କଟ ରାଇପୂର୍  ସଂଯୋଗ ରାସ୍ତା କଡ଼ରେ ଲାଗିଥିବା ଜାଲି ପ୍ରାୟ ୧୦ଟି ଚୋରୀ ହୋଇଥିବା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମା ଶଙ୍କର ସେଠୀ କହିଥିବା ସହ ସୋମବାର ଥାନାରେ ଅଭିଯୋଗ କରାଯିବ ବୋଲି କହିଛନ୍ତି । 

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା 

୨୮/୮/୨୦୨୦ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବୃକ୍ଷରୋପଣ କରିଥିବା ଦୃଶ୍ୟ ।