ଗୋପାଳପୁର ଏନଏସିରେ ଜାଗାମିଶନ ଜରିଆରେ ପଟ୍ଟା ବଣ୍ଟନ…

ଗୋପାଳପୁର (ସମୃଦ୍ଧ ଓଡିଶା) ଗୋପାଳପୁର ଏନଏସିରେ ପକ୍ଷରୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜାଗାମିଶନ ଜରିଆରେ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଏନ୍ ଏସି ନିର୍ବାହୀ ଅଧିକାରୀ ଉମା ଶଙ୍କର ସେଠୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗ ଦେଇ ସରକାର ଜମିରେ ଘର କରି ରହିଥିବା ୭୨ ବସ୍ତି ବାସିନ୍ଦାଙ୍କୁ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ କରିବା ସହ ସମସ୍ତ ପରିବାରଙ୍କୁ ମାସ୍କ, ସାନିଟାଇଜର ଓ ସାବୁନ ପ୍ରଦାନ କରିଥିଲେ । ଏହି ଅବସରରେ ବିଧାୟକ ଡଃ ପାଣିଗ୍ରାହୀ ଗୋପାଳପୁରରେ କାର୍ଯକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାମ ଆଗୁଆ ସରିବା ସହ ଯୋଜନା ଗୁଡିକ ଲୋକଙ୍କ କାମରେ ଲାଗିପାରୁଥିବା ପ୍ରକାଶ କରିଥିଲେ । ଆଗାମୀ ଦିନରେ ଏହି ସହରରେ ଆହୁରି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରାଯିବା ଏକ ସ୍ୱତନ୍ତ୍ର ରୋଡ ମ୍ୟାପ ପ୍ରସୃତ କରାଯିବା ସହ କାର୍ଯକାରୀ ନିମନ୍ତେ ରାଜ୍ୟ ସରକାରଙ୍କ ଠାରେ ଉପସ୍ଥାପନ କରାଯିବ ଏଣୁ ସ୍ଥାନୀୟ ଲୋକ ଏଥି ନିମନ୍ତେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏନ୍ ଏସି ପ୍ରଶାସକ ତଥା ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତ୍ତି ଶାସନ ଭି ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ଏନଏସିର ସମସ୍ତ କର୍ମଚାରୀ ଯୋଗ ଦେଇଥିବା ବେଳେ ବହୁ ବୁଦ୍ଧିଜୀବୀ ଓ ସ୍ଥାନୀୟ ଲୋକେ ଭପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା