ଗୋପବନ୍ଧୁଜୟନ୍ତୀ ପାଳନହେଲା ଢେଙ୍କାନାଳରେ

ଢେଙ୍କାନାଳ (ଶୁଭମ ପାଣି) ରାଜ୍ୟରେ ବିଭିନ୍ନ ସ୍ଥାନରେ ଗୋପବନ୍ଧୁ ଜୟନ୍ତୀ ପାଳନ ହୋଇଯାଇଛି । ତାଙ୍କର ଗତକାଲି ହଉଚି 142ତମ ଜନ୍ମ ଦିବସ ଥିଲା । ସେହି ଉପଲକ୍ଷେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୋପବନ୍ଧୁ ଜୟନ୍ତୀ ପାଳନ କରିଛନ୍ତି । ଢେଙ୍କାନାଳର ଗେଙ୍ଗୁଟିୟା ଶିଶୁ ମନ୍ଦିରରେ ଗୋପବନ୍ଧୁ  ଜୟନ୍ତୀ ପାଳନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରମୋଦ କୁମାର ମିଶ୍ର ଗୋପବନ୍ଧୁଙ୍କ ଜୀବନୀ ସମ୍ପର୍କରେ ଶିଶୁ ମାନଙ୍କୁ ବୁଝାଇ ମନୁଷ୍ୟ ଜୀବନରେ ସେବାର ଆବଶ୍ୟକତା ବିଷୟରେ ସୂଚନା ଦେଇଥିଲେ । ବିଦ୍ୟାଳୟ ସମ୍ପାଦକ ପଦ୍ମନାଭ ରାଉତ ଛାତ୍ରଛାତ୍ରୀମାନେ ସମାଜର ସେବା କରିବା ପାଇଁ ଏବେଠାରୁ ସଂକଳ୍ପ ନେବା ନିମନ୍ତେ ଉତ୍ସାହିତ କରିଥିଲେ । ଏହିଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କ ସହିତ ସମସ୍ତ ଗୁରୁଜୀ ଓ ଗୁରୁମା ଉପସ୍ଥିତ ଥିଲେ । 

ଦେଓଗାଁ ପ୍ରାଥମିକ ବିଦ୍ୟାଳୟରେ ଗୋପବନ୍ଧୁଜୟନ୍ତୀ 

ଗନ୍ଦିଆ ବ୍ଳକର ଦେଓଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ 142ତମ ଜୟନ୍ତୀ ଗତକାଲି ପାଳନ ହୋଇଯାଇଛି । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଉତ୍କଳମଣି ଦୁଃଖୀ ଦରିଦ୍ରଙ୍କ ବନ୍ଧୁ ଥିଲେ ବୋଲି କହିଥିଲେ । ଏଥିରେ ଶିକ୍ଷୟତ୍ରୀ ଶାନ୍ତିଲତା ଦାଶ ଓ ନମିତା ସାହୁ ପ୍ରମୁଖ ସହଯୋଗ କରିଥିଲେ ।