ଗୋପବନ୍ଧୁଙ୍କ ୧୪୧ତମ ଜୟନ୍ତୀ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀନକୃଷ୍ଣ ସ୍ମୃତିପରିଷଦ ପକ୍ଷରୁ ଉତ୍କଳମଣୀ ଗୋପବନ୍ଧୁଙ୍କ ଜୟନ୍ତୀ ଉପଲକ୍ଷେ ଏକ ଶ୍ରଦ୍ଧାର୍ଘ ନିବେଦନ କାର୍ଯକ୍ରମ ତାରୁଣ୍ୟ ମିଳନୀ କକ୍ଷରେ ଆୟୋଜିତ ହୋଇ ଯାଇଛି । କବି ବ୍ରଜେନ୍ଦ୍ରନାଥ ଗିରି ସଭାପତିତ୍ୱ କରିଥିଲେ । ପ୍ରତିଷ୍ଠାତା ସଂପାଦକ ପ୍ରଫେସର ବିପିନ ବିହାରୀ ବିଶ୍ୱାଳ ଗୋପବନ୍ଧୁଙ୍କ ପରି ସେବା ଓ ତ୍ୟାଗର ପ୍ରତିମୂର୍ତ୍ତୀ ଏବେ ବିଶ୍ୱରେ ବିରଳ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହରେକୃଷ୍ଣ ଗିରି, ଯୋଗେଶଚନ୍ଦ୍ର ରାଉଳ, ଶରତ କୁମାର ପରିଡା, ଚମ୍ପାମଣୀ ଘୋଷ, ନିକୁଞ୍ଜ ଘୋଷ, ରବି ଟୁଡୁ ପ୍ରମୁଖ ଗୋପବନ୍ଧୁଙ୍କ ପରି ସେବା ତ୍ୟାଗର ପ୍ରତିଭ୍ୟୁ ବୋଲି ସୂଚାଇଥିଲେ । ଯୋତିଷ କର ଧନ୍ୟବାଦ ଅର୍ପଣ କରିଥିଲେ । ଗାନ୍ଧିସେବା ପରିସରରେ ଆୟୋଜିତ ଗୋପବନ୍ଧୁ ଜୟନ୍ତୀ ସଭାରେ ଇନ୍ଦୁମାଧବ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଏଥିରେ ଅକ୍ଷୟ ମିଶ୍ର, ଦିଲ୍ଲିପ କୁମାର ଗିରି, ସୀତାଂଶୁ ସେନାପତି, ମନୋରଂଜନ ଦାସ, ଲଳିତ ରଞ୍ଜନ ସେନାପତି, ଶଶାଙ୍କ ଶେଖର ମହାନ୍ତି, ନୀଳକଣ୍ଠ ଖଣ୍ଡା, ଜିତାଂଶୁ ନନ୍ଦୀ, ଶ୍ୟାମାଚରଣ ଦାସ, ଗଗନବିହାରୀ ପରିଡା, ସତ୍ୟବ୍ରତ ଶତପଥି, ମାନିକ ସାହୁ ପ୍ରମୁଖ ଗୋପବନ୍ଧୁଙ୍କ ସେବା ଓ ତ୍ୟାଗ ସମସ୍ତଙ୍କର ଧୈୟ ହେବା ଉଚିତ ବୋଲି କହିଥିଲେ । ସେହିପରି ଜଳେଶ୍ୱର ସାମ୍ବାଦିକ ବୃନ୍ଧ ମାନଙ୍କ ପକ୍ଷରୁ ଆୟୋଜିତ ଗୋପବନ୍ଧୁ ଜୟନ୍ତୀରେ ଅବନୀ ଚାନ୍ଦ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥିଭାବେ ପୌରଅଧିକାରୀ ଅଜୟ କୁମାର ମହାପାତ୍ର ଓ ମୁଖ୍ୟବକ୍ତାଭାବେ ପ୍ରାଧ୍ୟାପକ ଡ. ରମାକାନ୍ତ ଭଞ୍ଜ ଯୋଗଦେଇ ସେବାର ଅନ୍ୟନାମ ବାସେ, ନିଜର କର୍ତ୍ତବ୍ୟ, ଧୀ ଶକ୍ତି ଏବଂ ସେବା ଦ୍ୱାରା ଗୋପବଂଧୁ ସମଗ୍ର ଓଡିଶାରେ ଅମର ହୋଇ ରହିଥିବା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କମଳ ଚକ୍ରବର୍ତ୍ତୀ, ସୁନିଲ କୁମାର ନାୟକ, ଚନ୍ଦ୍ରମୋହନ ରାଉଳ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଶେଷରେ ରାଜେଶ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ହେଲ୍ପଫରୟୁ ଫାଉଣ୍ଡେସନ ପକ୍ଷରୁ ଗୋପବନ୍ଧୁଙ୍କ କ୍ରାନ୍ତିକାରୀ ସେବା ଭଳି ନାମ୍ପୋଗ୍ରାମକୁ ଯାଇ ଭିନ୍ନକ୍ଷମ ଶ୍ରୀକୃଷ୍ଣ ଜେନାଙ୍କୁ ୫ହଜାର ଟଙ୍କା ଦାନ କରିଛନ୍ତି ।

ରିପୋର୍ଟ : ଭୂପତି ପରିଡା